କଟକ ମଧୁପାଟଣା ସାର ତୋଲ ନିକଟରେ ଭୁଶୁଡ଼ିଲା ତୋରଣ, ଭାଙ୍ଗିଯାଇଛି ବିଦ୍ୟୁତ୍ ପୋଲ, କଲେଜ ଛକରେ ଭୁଶୁଡ଼ିଲା ଲାଇଟ୍ ଗେଟ୍

ସେହିଭଳି ରାଜା ବଗିଚା ସର୍ବୋଦୟ ପୂଜା କମିଟିର ତାଜା ଖସିପଡ଼ିଛି । ଏଥିରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ କଟକ କଲେଜ ଛକ ପୂଜାରେ ବି ବର୍ଷା ବାଧକ ସାଜିଛି । ଭୁଷୁଡ଼ିପଡ଼ିଲା ଲାଇଟ ଗେଟ୍ ତୋରଣ। କଟକ କଲେଜ ଛକରେ ପ୍ରବଳ ବର୍ଷା ଯୋଗୁଁ ଲାଇଟ ଗେଟ୍ ଭୁଷୁଡ଼ିପଡ଼ିଛି । ଫଳରେ ରାଣୀହାଟକୁ ଯିବା ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

13

କନକ ବ୍ୟୁରୋ : ମାଆଙ୍କ ପୂଜା ବେଳେ ବିଭିନ୍ନ ସ୍ଥାନରୁ ଅଘଟଣର ଖବର ଆସିଛି । ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କଟକ ସହରର ତିନୋଟି ସ୍ଥାନରେ ଆଜି ଅଘଟଣ ଘଟିଛି । ମଧୁପାଟଣା ସ୍ଥିତ ସାର ତୋଲ ନିକଟରେ ଥିବା ତୋରଣ ପ୍ରବଳ ବର୍ଷା କାରଣରୁ ଭୁଶୁଡ଼ିପଡ଼ିଛି । ଏହାସହ ନିକଟରେ ଥିବା କିଛି ବିଦ୍ୟୁତ୍ ପୋଲ ବି ଭାଙ୍ଗି ଯାଇଛି । 

ସେହିଭଳି ରାଜା ବଗିଚା ସର୍ବୋଦୟ ପୂଜା କମିଟିର ତାଜା ଖସିପଡ଼ିଛି । ଏଥିରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ କଟକ କଲେଜ ଛକ ପୂଜାରେ ବି ବର୍ଷା ବାଧକ ସାଜିଛି । ଭୁଷୁଡ଼ିପଡ଼ିଲା ଲାଇଟ ଗେଟ୍ ତୋରଣ। କଟକ କଲେଜ ଛକରେ ପ୍ରବଳ ବର୍ଷା ଯୋଗୁଁ ଲାଇଟ ଗେଟ୍ ଭୁଷୁଡ଼ିପଡ଼ିଛି । ଫଳରେ ରାଣୀହାଟକୁ ଯିବା ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଛି ତୋରଣ।  କେମିତି ହୋଇଥିଲା ତୋରଣ ଯାଞ୍ଚ ତାକୁ ନେଇ ପ୍ରଶ୍ନ ଉଠିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe