କନକ ବ୍ୟୁରୋ : ମାଆଙ୍କ ପୂଜା ବେଳେ ବିଭିନ୍ନ ସ୍ଥାନରୁ ଅଘଟଣର ଖବର ଆସିଛି । ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କଟକ ସହରର ତିନୋଟି ସ୍ଥାନରେ ଆଜି ଅଘଟଣ ଘଟିଛି । ମଧୁପାଟଣା ସ୍ଥିତ ସାର ତୋଲ ନିକଟରେ ଥିବା ତୋରଣ ପ୍ରବଳ ବର୍ଷା କାରଣରୁ ଭୁଶୁଡ଼ିପଡ଼ିଛି । ଏହାସହ ନିକଟରେ ଥିବା କିଛି ବିଦ୍ୟୁତ୍ ପୋଲ ବି ଭାଙ୍ଗି ଯାଇଛି ।
ସେହିଭଳି ରାଜା ବଗିଚା ସର୍ବୋଦୟ ପୂଜା କମିଟିର ତାଜା ଖସିପଡ଼ିଛି । ଏଥିରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ କଟକ କଲେଜ ଛକ ପୂଜାରେ ବି ବର୍ଷା ବାଧକ ସାଜିଛି । ଭୁଷୁଡ଼ିପଡ଼ିଲା ଲାଇଟ ଗେଟ୍ ତୋରଣ। କଟକ କଲେଜ ଛକରେ ପ୍ରବଳ ବର୍ଷା ଯୋଗୁଁ ଲାଇଟ ଗେଟ୍ ଭୁଷୁଡ଼ିପଡ଼ିଛି । ଫଳରେ ରାଣୀହାଟକୁ ଯିବା ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଛି ତୋରଣ। କେମିତି ହୋଇଥିଲା ତୋରଣ ଯାଞ୍ଚ ତାକୁ ନେଇ ପ୍ରଶ୍ନ ଉଠିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/01/13-2025-10-01-16-13-16.jpg)