କନକ ବ୍ୟୁରୋ: କଟକରେ ମାନୁ ନାହାଁନ୍ତି କଟକଣା । ମାଞ୍ଜା ସୂତାରେ ଗୁଡ଼ି ଉଡାଇବା ପାଇଁ କଟକଣା ଥିଲେ ମଧ୍ୟ ସକାଳୁ ସକାଳୁ କଟକ ସହର ଭିତରେ ଗୁଡି ଉଡାଇବା ଆରମ୍ଭ ହୋଇଛି । ଗୁଡ଼ି ରେ ମାଞ୍ଜା ସୂତା ଲଗାଇ ଉଡାଇବା ଆରମ୍ଭ କରିଛନ୍ତି । ଲୋକମାନେ ଭୟରେ ଯାତାୟାତ କରୁଛନ୍ତି ।
ମାଞ୍ଜା ସୂତା ବେକରେ ଲାଗି ବେକ କଟି ଯାଉଥିଲେ ମଧ୍ୟ ଲୋକମାନେ ସଚେତନ ହେଉ ନାହାଁନ୍ତି । ଗତକାଲି ସୂତା ଲାଗି ଜଣେ ଯୁବକ ଆହତ ହୋଇଥିଲେ । ୫ ଦିନ ଭିତରେ କଟକରେ ଏଭଳି ୫ଟି ଅଘଟଣ ଘଟିଛି । ତଥାପି ବେଧଡକ ଚାଲିଛି ଗୁଡି ଉଡା । ମକର ସଂକ୍ରାନ୍ତି ଥିବା ହେତୁ ଆକାଶରେ ଭଳିକି ଭଳି ରଙ୍ଗର ଗୁଡି ଦେଖିବାକୁ ମିଳିଛି ।