କନକ ବ୍ୟୁରୋ: ଐତିହାସିକ କଟକ ବାଲିଯାତ୍ରା ପାଇଁ ସରିଛି ପ୍ରସ୍ତୁତ। କଟକ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ଆସନ୍ତାକାଲି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ବାଲିଯାତ୍ରା ଉଦଘାଟନ କରିବେ । ବାଲିଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତ ବାଲିଯାତ୍ରାରେ ସାମିଲ ହେଉଛନ୍ତି । ଏହା ସହ ବିଭିନ୍ନ ଦେଶର ପ୍ରତିନିଧି ଏବଂ କଳାକାରମାନେ ପ୍ରତିଦିନ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।