କନକବ୍ୟୁରୋ : ଦୁର୍ଗାପୂଜା ତୋରଣକୁ ନେଇ କଟକ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ଲୋକଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପରେ ପୂଜା କମିଟି, ଶାନ୍ତି କମିଟି ସହ କଥା ହୋଇ ଏସଓପି ଜାରି ହୋଇଛି । ଆସନ୍ତା ତିନି ଦିନ ବାରବାଟି ପ୍ୟାଲେସରେ ବିଭିନ୍ନ ପ୍ରକ୍ରିୟାକୁ ନେଇ ଆବେଦନ କରିବେ। ଟ୍ରାଫିକ ପୋଲିସ, ସିଏମ୍ସି ମଧ୍ୟ ଲାଇସେନ୍ସ ଦେବେ। ଶେଷରେ ଆସନ୍ତା ୨୨ ତାରିଖ ଜିଲ୍ଲା ପ୍ରଶାସନ ସ୍ପଟ୍ ଭିଜିଟ୍ କରିବା ପରେ ପ୍ରୋଭିଜନାଲ ଏନଓସି ଦେବେ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ପାଳନ ହେବ। ପୂଜା ଶେଷ ପରେ ସମୟ ଭିତରେ ଗେଟ୍ ଖୋଲାଯିବ। ୪୦୦ ମିଟର ପର୍ଯ୍ୟନ୍ତ ଲାଇଟ୍ ଗେଟ୍ ରହିବନି। ପେଣ୍ଡାଲ ଠୁ ୨୩ ରୁ ୨୫ ମିଟର ଭିତରେ ଲାଇଟ ଗେଟ୍ ରହିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ୍ ସିନ୍ଧେ ।
ଦୁର୍ଗାପୂଜା ତୋରଣକୁ ନେଇ କଟକ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା : ୪୦୦ ମିଟର ପର୍ଯ୍ୟନ୍ତ ରହିବନି ଲାଇଟ୍ ଗେଟ୍
ଦୁର୍ଗାପୂଜା ତୋରଣକୁ ନେଇ କଟକ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ଲୋକଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପରେ ପୂଜା କମିଟି, ଶାନ୍ତି କମିଟି ସହ କଥା ହୋଇ ଏସଓପି ଜାରି ହୋଇଛି ।
/kanak/media/media_files/2025/09/05/durga-puja-2025-09-05-15-41-23.jpg)