କନକବ୍ୟୁରୋ : ଦୁର୍ଗାପୂଜା ତୋରଣକୁ ନେଇ କଟକ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା। ଲୋକଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପରେ ପୂଜା କମିଟି, ଶାନ୍ତି କମିଟି ସହ କଥା ହୋଇ ଏସଓପି ଜାରି ହୋଇଛି । ଆସନ୍ତା ତିନି ଦିନ ବାରବାଟି ପ୍ୟାଲେସରେ ବିଭିନ୍ନ ପ୍ରକ୍ରିୟାକୁ ନେଇ ଆବେଦନ କରିବେ। ଟ୍ରାଫିକ ପୋଲିସ, ସିଏମ୍ସି ମଧ୍ୟ ଲାଇସେନ୍ସ ଦେବେ । ଶେଷରେ ଆସନ୍ତା ୨୨ ତାରିଖ ଜିଲ୍ଲା ପ୍ରଶାସନ ସ୍ପଟ୍ ଭିଜିଟ୍ କରିବା ପରେ ପ୍ରୋଭିଜନାଲ ଏନଓସି ଦେବେ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ପାଳନ ହେବ ।
ପୂଜା ଶେଷ ପରେ ସମୟ ଭିତରେ ଗେଟ୍ ଖୋଲାଯିବ । ୪୦୦ ମିଟର ପର୍ଯ୍ୟନ୍ତ ଲାଇଟ୍ ଗେଟ୍ ରହିବନି । ପେଣ୍ଡାଲ ଠୁ ୨୩ ରୁ ୨୫ ମିଟର ଭିତରେ ଲାଇଟ ଗେଟ୍ ରହିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ୍ ସିନ୍ଦେ। ଗୋଟିଏ ଛାତ ତଳେ ସବୁ ବିଭାଗ । ଦଶହରା ଲାଗି କଟକ ବାରବାଟୀ ପାଲେସରେ ଆଜିଠୁ ଆରମ୍ଭ ହୋଇଛି ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା । ଏନ୍ଓସି ପାଇବା ଲାଗି ପୂଜା କମିଟିମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିଲାଗି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ପୂଜା କମିଟିମାନେ ଏଠାରେ ପ୍ରମାଣ ପତ୍ର ସହ ଆବେଦନ କରିପାରିବେ ।