କନକବ୍ୟୁରୋ : ଅସରାଏ ବର୍ଷାରେ ଉବୁଟୁବୁ କଟକ ସହର । ଗତକାଲି ର କାଳବୈଶାଖୀ ବର୍ଷାରେ ଚାରିଆଡେ ବର୍ଷା ପାଣି ଜମିଥିଲା । ଏବେ ପର୍ଯ୍ୟନ୍ତ ମଧ୍ୟ କଟକ ସହରର ବହୁତ ସ୍ଥାନ ଜଳବନ୍ଦୀ ଅବସ୍ଥିତ ରହିଛି । ପାଣି ଘେରରେ ରହିଛି କଟକ ସାମନ୍ତ ସାହି । ଗତକାଲି କିଛି ଘଣ୍ଟାର ବର୍ଷାରେ ଏଭଳି ଅବସ୍ଥା ହୋଇଛି । ସୁଚନା ଅନୁଯାୟୀ ପ୍ରବଳ ବର୍ଷା ପରେ ଉବୁଟୁବୁ ହୋଇଥିଲା କଟକ ସହର । ବିଜୁଳି ଘଡଘଡି ସହ ଲାଗି ରହିଥିଲା ବର୍ଷା । ତିନି ଘଣ୍ଟା ପାଇଁ ସତର୍କ କରାଇଥିଲା ପାଣିପାଗ ବିଭାଗ । ଚଳିତ ବର୍ଷ ସ୍ବାଭାବିକ ରହିବ ମୌସୁମୀ ଏ ନେଇ ସୁଚନା ଦେଇଛନ୍ତି ପାଣିପାଗ ବିଭାଗ । ଜୁନ୍ ମାସରେ ରାଜ୍ୟରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ । ଜୁଲାଇ-ଅଗଷ୍ଟରେ ଉପକୂଳ ଓ ଉତ୍ତର ଓଡ଼ିଶାରେ କମ୍ ବର୍ଷା ହେବ । ସେପ୍ଟେମ୍ବରରେ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହେବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ ।
ଅସରାଏ ବର୍ଷାରେ ଉବୁଟୁବୁ କଟକ ସହର : ହନ୍ତସନ୍ତ ସହରବାସୀ , କେବେ ସୁଧୁରିବ ସ୍ଥିତି ଉଠିଲା ପ୍ରଶ୍ନ ?
ଅସରାଏ ବର୍ଷାରେ ଉବୁଟୁବୁ କଟକ ସହର । ଗତକାଲି ର କାଳବୈଶାଖୀ ବର୍ଷାରେ ଚାରିଆଡେ ବର୍ଷା ପାଣି ଜମିଥିଲା । ଏବେ ପର୍ଯ୍ୟନ୍ତ ମଧ୍ୟ କଟକ ସହରର ବହୁତ ସ୍ଥାନ ଜଳବନ୍ଦୀ ଅବସ୍ଥିତ ରହିଛି
/kanak/media/media_files/2025/04/16/S2Zo2BjMNDCrydJRdq8V.jpg)