କଟକ ଶିଶୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ ; ପୋକସୋ ଆକ୍ଟ ଆଧାରରେ ମାମଲା ରୁଜୁ ।

କଟକ ଶିଶୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ ; ପୋକସୋ ଆକ୍ଟ ଆଧାରରେ ମାମଲା ରୁଜୁ । ସେପଟେ ଏସସିବିରେ ବିଗିଡିବାରେ ଲାଗିଛି ପୀଡିତା ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା

5744444

କନକ ବ୍ୟୁରୋ: କଟକ ବାରଙ୍ଗ ଅଞ୍ଚଳରେ ୬ ବର୍ଷର ଶିଶୁ କନ୍ୟକୁ ଦଷ୍କର୍ମ କରିଥିବା ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏହା ସହ ପୋକସୋ ଅଧିନରେ ମାମଲା ରୁଜୁ କରି ଆରମ୍ଭ କରିଛି ତଦନ୍ତ । ପୀଡିତାଙ୍କ ପରିବାର ଦ୍ୱାରା ମାମଲା ରୁଜୁ ପରେ ବିଭିନ୍ନ ସ୍ଥାନରେ ରେଡ କରିଥିଲା ପୋଲିସ  । ଶେଷରେ ଅଭିଯୁକ୍ତ ଗିରଫ ହୋଇଛି । କଟକ ଡିସିପିଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଝାଡଖଣ୍ଡର  । ଅଭିଯୁକ୍ତ ଜଣଙ୍କ ଝାଡ଼ଖଣ୍ଡ ଅଞ୍ଚଳର । ସେ ତ୍ରିଶୁଳିଆରେ କାମ ରହି କାମ କରୁଥିଲା । ପୀଡିତା ଶିଶୁ କନ୍ୟାର ବାପା-ମା ମଧ୍ୟ ତ୍ରିଶୁଳିଆରେ ଏକ ଇଟାଭାଟିରେ କାମ କରନ୍ତି। ସେମାନେ ନୟାଗଡ଼ର ବାସିନ୍ଦା।

ସେପଟେ ପୀଡ଼ିତା ଶିଶୁ କନ୍ୟାର ସ୍ୱାସ୍ଥ୍ୟାବସ୍ଥା ବିଗୁଡୁଥିବା ଜଣାପଡିଛି। ସ୍ଥିତିରେ ସୁଧାର ନଆସିବାରୁ ପୀଡିତାଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣାରେ ପୋଲିସ୍‌ ତଦନ୍ତ ଚଳାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe