କନକ ବ୍ୟୁରୋ: କଟକ ବାରଙ୍ଗ ଅଞ୍ଚଳରେ ୬ ବର୍ଷର ଶିଶୁ କନ୍ୟକୁ ଦଷ୍କର୍ମ କରିଥିବା ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏହା ସହ ପୋକସୋ ଅଧିନରେ ମାମଲା ରୁଜୁ କରି ଆରମ୍ଭ କରିଛି ତଦନ୍ତ । ପୀଡିତାଙ୍କ ପରିବାର ଦ୍ୱାରା ମାମଲା ରୁଜୁ ପରେ ବିଭିନ୍ନ ସ୍ଥାନରେ ରେଡ କରିଥିଲା ପୋଲିସ । ଶେଷରେ ଅଭିଯୁକ୍ତ ଗିରଫ ହୋଇଛି । କଟକ ଡିସିପିଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଝାଡଖଣ୍ଡର । ଅଭିଯୁକ୍ତ ଜଣଙ୍କ ଝାଡ଼ଖଣ୍ଡ ଅଞ୍ଚଳର । ସେ ତ୍ରିଶୁଳିଆରେ କାମ ରହି କାମ କରୁଥିଲା । ପୀଡିତା ଶିଶୁ କନ୍ୟାର ବାପା-ମା ମଧ୍ୟ ତ୍ରିଶୁଳିଆରେ ଏକ ଇଟାଭାଟିରେ କାମ କରନ୍ତି। ସେମାନେ ନୟାଗଡ଼ର ବାସିନ୍ଦା।
ସେପଟେ ପୀଡ଼ିତା ଶିଶୁ କନ୍ୟାର ସ୍ୱାସ୍ଥ୍ୟାବସ୍ଥା ବିଗୁଡୁଥିବା ଜଣାପଡିଛି। ସ୍ଥିତିରେ ସୁଧାର ନଆସିବାରୁ ପୀଡିତାଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣାରେ ପୋଲିସ୍ ତଦନ୍ତ ଚଳାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/20/nhkBFnHqd6COQVWdwwma.jpg)