କନକ ବ୍ୟୁରୋ : ବନ୍ଧାହେଲେ କଟକ ସିଡିଏମଓ ଅଫିସର ବରିଷ୍ଠ ସହାୟକ କିଶୋର ସାହାଣୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କିଶୋର ସାହାଣୀଙ୍କୁ ବାନ୍ଧିଲା ଭିଜିଲାନ୍ସ । ଗତକାଲି କିଶୋରଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସର ୭ଜଣିଆ ଟିମ୍ । କିଶୋର କୁମାର ସାହାଣୀଙ୍କର ଯୋବ୍ରା ନୂଆସାହିରେ ତିନିମହଲା ବାସଭବନ, ଚୌଦ୍ୱାର ପାଳସିଆସ୍ଥିତ ଅନ୍ୟ ଏକ ଘର ଓ କୁକୁଡ଼ା ଫାର୍ମ, କଟକସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ, ତୁଳସୀପୁରସ୍ଥିତ ଶ୍ୱଶୁର ଘର ଓ କିଶୋରନଗର ଥାନା ଅନ୍ତର୍ଗତ ଉତ୍ତରକୂଳରେ ଅବସ୍ଥିତ ଶ୍ରୀ ସାହାଣୀଙ୍କ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ତାଙ୍କର ୨ଟି କୋଠା, ୧୯ଟି ମୂଲ୍ୟବାନ୍ ପ୍ଲଟ୍, ନଗଦ ୩ ଲକ୍ଷ ୩୦ ହଜାର ଟଙ୍କା,୧୩୫ ଗ୍ରାମ୍ ସୁନା ଏବଂ ୫୫.୪୮ ଲକ୍ଷ ଟଙ୍କାର ଡିପୋଜିଟ୍ ଠାବ ହୋଇଥିଲା । ତାଙ୍କ ବିରୁଦ୍ଧରେ ୧.୨୪ କୋଟି ଟଙ୍କାରୁ ଅଧିକ ସରକାରୀ ପାଣ୍ଠିର ହେରଫେର ହୋଇଥିବାର ଅଭିଯୋଗ ରହିଛି ।
ବନ୍ଧାହେଲେ କଟକ ସିଡିଏମଓ ବରିଷ୍ଠ ସହାୟକ କିଶୋର ସାହାଣୀ : ୧୯ଟି ଦାମୀ ପ୍ଲଟ୍ ସହ ମିଳିଥିଲା ଲକ୍ଷାଧିକ ଟଙ୍କାର ଜମା ରାଶି
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କିଶୋର ସାହାଣୀଙ୍କୁ ବାନ୍ଧିଲା ଭିଜିଲାନ୍ସ । ଗତକାଲି କିଶୋରଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସର ୭ଜଣିଆ ଟିମ୍ ।
/kanak/media/media_files/2025/08/23/vigilance-2025-08-23-16-12-15.jpg)