କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା । ପୋଲିସ ଉପସ୍ଥିତିରେ ବୟାନ ରେକର୍ଡ, ଡିସିପି କହିଲେ ବାଂଲାଦେଶ ଦୂତାବାସ ସହ କରାଯିବ ଯୋଗାଯୋଗ

Advertisment

 ବାଂଲାଦେଶରୁ ନାବାଳିକାଙ୍କୁ ଓଡ଼ିଶା ଆଣି ଦେହ ବ୍ୟବସାୟରେ ଲଗାଯାଉଥିବା ଅଭିଯୋଗ ଆସିଛି । ପୀଡ଼ିତାଙ୍କ ବୟାନ ଆଧାରରେ ୫ ଜଣ ଦଲାଲଙ୍କ ବିରୋଧରେ ମଧୁପାଟଣା ଥାନାରେ ମାମଲା ରୁଜୁ ହୋଇଛି । ନାବାଳିକାଙ୍କୁ ଭାରତରେ ଚାକିରି କରାଇ ଦେବାର ଲୋଭ ଦେଖାଇ ଦଲାଲ ପଶ୍ଚିମବଙ୍ଗ ଆଣିଥିଲେ । ବାଂଲାଦେଶ ସୀମାରେ ଜଙ୍ଗଲ ଭିତରେ ଥିବା ଗଳା ରାସ୍ତାରେ ସୀମା ପାର କରାଯାଉଥିଲା।

47a

କନକ ବ୍ୟୁରୋ : କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ନାବାଳିକାଙ୍କ ବୟାନ ରେକର୍ଡ ହୋଇଛି। ପୋଲିସ ଉପସ୍ଥିତିରେ ବାଂଲାଦେଶୀ ନାବାଳିକାଙ୍କ ବୟାନ ରେକର୍ଡ ହୋଇଛି। କେଉଁଠୁ ଆସିଥିଲେ, କାହା କାହା ସହ ଥିଲେ ସବୁ ତଥ୍ୟ ନାବାଳିକା ପୋଲିସ ଆଗରେ ରଖିଛନ୍ତି । ସେପଟେ କଟକ ଡିସିପି ଜଗମୋହନ ମୀନା କହିଛନ୍ତି, ବାଂଲାଦେଶ ଦୂତାବାସ ସହ ଯୋଗାଯୋଗ କରାଯିବ । ଏହା ପଛରେ ରାକେଟ୍ ଅଛି ନା ନାହିଁ ତଦନ୍ତ ହେବ। ଏଥିପାଇଁ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି ।

 ବାଂଲାଦେଶରୁ ନାବାଳିକାଙ୍କୁ ଓଡ଼ିଶା ଆଣି ଦେହ ବ୍ୟବସାୟରେ ଲଗାଯାଉଥିବା ଅଭିଯୋଗ ଆସିଛି । ପୀଡ଼ିତାଙ୍କ ବୟାନ ଆଧାରରେ ୫ ଜଣ ଦଲାଲଙ୍କ ବିରୋଧରେ ମଧୁପାଟଣା ଥାନାରେ ମାମଲା ରୁଜୁ ହୋଇଛି । ନାବାଳିକାଙ୍କୁ ଭାରତରେ ଚାକିରି କରାଇ ଦେବାର ଲୋଭ ଦେଖାଇ ଦଲାଲ ପଶ୍ଚିମବଙ୍ଗ ଆଣିଥିଲେ । ବାଂଲାଦେଶ ସୀମାରେ ଜଙ୍ଗଲ ଭିତରେ ଥିବା ଗଳା ରାସ୍ତାରେ ସୀମା ପାର କରାଯାଉଥିଲା। କୋଲକାତାରେ ପହଂଚିବା ପରେ ଆଉ କିଛି ଦଲାଲ ଚାକିରି ଦେବା ବଦଳରେ ଦେହ ବ୍ୟବସାୟରେ ଲଗାଉଥିଲେ। ସେଠୁ ଆଉ ଜଣେ ଦଲାଲ ଭୁବନେଶ୍ବର ଆଣୁଥିଲେ। ଭୁବନେଶ୍ବରେ ମଧ୍ୟ ସେମାନଙ୍କୁ ଦେହ ବ୍ୟବସାୟରେ ଲଗାଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe