କଟକ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା : ଚାଲିଛି ତନାଘନା ,ବନ୍ଧାହେଲେ ଦଲାଲ ଦମ୍ଫତି

Advertisment

କଟକରେ ବାଂଲାଦେଶୀ ନାବାଳିକ ଉଦ୍ଧାର ଘଟଣାରେ ଧରପଗଡ ଆରମ୍ଭ କରିଛି ପୁଲିସ । ଦଲାଲ ଦମ୍ପତିଙ୍କୁ ଗିରଫ କରିବା ସହ ମାଷ୍ଟର ମାଇଣ୍ଡକୁ ଧରିବାକୁ ଆରମ୍ଭ ହୋଇଛି ତନାଘନା । ଗିରଫ ଦୁଇ ଦଲାଲ ହେଉଛନ୍ତି ଓମ ପ୍ରକାଶ ଚୌଧୁରୀ ଓ ଜସ୍ମିନ ଚୌଧୂରୀ ।

କଟକରେ ବାଂଲାଦେଶୀ ନାବାଳିକ ଉଦ୍ଧାର ଘଟଣାରେ ଧରପଗଡ ଆରମ୍ଭ କରିଛି ପୁଲିସ । ଦଲାଲ ଦମ୍ପତିଙ୍କୁ ଗିରଫ କରିବା ସହ ମାଷ୍ଟର ମାଇଣ୍ଡକୁ ଧରିବାକୁ ଆରମ୍ଭ ହୋଇଛି ତନାଘନା । ଗିରଫ ଦୁଇ ଦଲାଲ ହେଉଛନ୍ତି ଓମ ପ୍ରକାଶ ଚୌଧୁରୀ ଓ ଜସ୍ମିନ ଚୌଧୂରୀ ।

c

କନକବ୍ୟୁରୋ : କଟକରେ ବାଂଲାଦେଶୀ ନାବାଳିକ ଉଦ୍ଧାର ଘଟଣାରେ ଧରପଗଡ ଆରମ୍ଭ କରିଛି ପୁଲିସ । ଦଲାଲ ଦମ୍ପତିଙ୍କୁ ଗିରଫ କରିବା ସହ ମାଷ୍ଟର ମାଇଣ୍ଡକୁ ଧରିବାକୁ ଆରମ୍ଭ ହୋଇଛି ତନାଘନା ।  ଗିରଫ ଦୁଇ ଦଲାଲ ହେଉଛନ୍ତି ଓମ ପ୍ରକାଶ ଚୌଧୁରୀ ଓ ଜସ୍ମିନ ଚୌଧୂରୀ  । ନାବାଳିକାକୁ ଦେହ ବ୍ୟବସାୟରେ ଲିପ୍ତ କରାଉଥିବା ନେଇ ଉଭୟ ପୋଲିସ ଆଗରେ ସତ ମାନିଛନ୍ତି  ।

ସେମାନଙ୍କ ମୋବାଇଲ ଓ କଲ ରେକର୍ଡରୁ ମଧ୍ୟ ଅନେକ ପ୍ରମାଣ ମିଳିଛି। ଚାକିରି କରାଇ ଦେବାକୁ କହି, ଭଲ ଦୁଇ ପଇସା ରୋଜଗାରର ଲୋଭ ଦେଖାଇ ଭାରତ ସୀମା ପାର କରି ଯୁବତୀଙ୍କୁ ଭୁବନେଶ୍ବର ନେଇ ଆସିଛନ୍ତି କିଛି ଦଲାଲ । ଆଉ ତା ପରେ ମଣିଷ ଭିତରେ ଥିବା ରାକ୍ଷାସ ରୂପ ଦେଖାଇବାକୁ ପଛାଇନାହାନ୍ତି ।

ଦିନକୁ ଦୁଇ ହଜାର ଟଙ୍କା ଦେବାକୁ କହି ଏଠାରେ ଦେହ ବେପାରରେ ଲଗାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଦଲାଲ। ଦୁର୍ଭାଗ୍ୟର ବିଷୟ, ଏମାନଙ୍କ ଘର ବାଂଲାଦେଶ ହୋଇଥିବାରୁ ନକଲି ଆଧାର କାର୍ଡ ଦେଖାଇ ରଖାଯାଇଛି। ଅସଲି ପରିଚୟ ପତ୍ର ନଥିବାରୁ ସେମାନେ ବାଂଲାଦେଶ ଯାଇପାରୁନାହାନ୍ତି। କିପରି ନିଜ ଦେଶକୁ ଫେରିବେ ।  କିପରି ଏଠାରୁ ମୁକୁଳିବେ ତାକୁ ନେଇ ଏହି ଯୁବତୀମାନେ ଚିନ୍ତାରେ । ଘଟଣା ନେଇ ବାଂଲାଦେଶ ଦୂତାବାସ ସହ ଯୋଗାଯୋଗ କରାଯାଉଥିବା ଡିସିପି କହିଛନ୍ତି ।

ରାଜଧାନୀର ଏକ ଆପାର୍ଟମେଣ୍ଟରେ ମଧ୍ୟ ୨୩ଜଣ ବାଂଲାଦେଶୀ ରହୁଥିବା ଚର୍ଚ୍ଚା ହେଉଛି  । ଏଠାରେ ପ୍ରଶ୍ନ ଉଠୁଛି, ଭୁବନେଶ୍ବରର କେଉଁମାନଙ୍କ ସେବାରେ ଏହି ବାଂଲାଦେଶୀ ଯୁବତୀମାନଙ୍କୁ ନିୟୋଜିତ କରାଯାଉଛି ?  ଯେଉଁଥିପାଇଁ ବର୍ଷ ବର୍ଷ ଧରି ଏମାନଙ୍କୁ ଭୁବନେଶ୍ବର ଭଳି ହାଇପ୍ରୋଫାଇଲ ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ଘର ଭଡ଼ା ଦେଇ ଏକ ଆପାର୍ଟମେଣ୍ଟରେ ରଖାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe