କନକ ବ୍ୟୁରୋ: ଚଳିତ କଳାହାଣ୍ଡି କପ୍ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ରେ କଟକ ‘ଏ’ ଓ ସୁନ୍ଦରଗଡ଼ ପ୍ରବେଶ କରିଛନ୍ତି । ଏହି ପ୍ରତୀକ୍ଷିତ ମୁକାବିଲା ସ୍ଥାନୀୟ ବାରବାଟୀ ଷ୍ଟାଡିୟମ୍ରେ ବୁଧବାର ସକାଳ ୯ଟାରୁ ଆରମ୍ଭ ହେବ । ରେଭେନ୍ସା ଗ୍ରାଉଣ୍ଡ୍-୧ରେ ସୋମବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍ରେ କଟକ ‘ଏ’ ୨୫୪ ରନ୍ରେ ଅନୁଗୁଳକୁ ପରାସ୍ତ କରିଥିଲା । ବିପ୍ଳବ ସାମନ୍ତରାୟ ଓ ରାମଚନ୍ଦ୍ର ବେହେରାଙ୍କ ଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା କଟକ ଦଳ ୮ ୱିକେଟ୍ ହରାଇ ୩୯୬ ରନ୍ କରିଥିଲା । ବିପ୍ଳବ ୧୦୫ ବଲ୍ରୁ ୧୭୩ ଓ ରାମଚନ୍ଦ୍ର ୯୮ ବଲ୍ରୁ ୧୩୦ ରନ୍ କରିଥିଲେ । ଅନୁଗୁଳ ପକ୍ଷରୁ ମିଲନ ସାମଲ ଓ ଆକାଶ ପ୍ରଧାନ ୩ ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ଅନୁଗୁଳ ୯ ୱିକେଟ୍ ହରାଇ ମାତ୍ର ୧୪୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ଆୟୁଷ ବାରିକ ୧୦୦ ବଲ୍ରୁ ୩୮* ରନ୍ କରିଥିଲା ବେଳେ କଟକ ପକ୍ଷରୁ ଶୁଭମ ନାୟକ ଓ ସୁମିତ ଶର୍ମା ୨ ଲେଖାଏଁ ୱିକେଟ୍ ନେଇଥିଲେ । ବିପ୍ଳବଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା ।
ଏହା ବି ପଢ଼ନ୍ତୁ: ବିଶ୍ୱବିଜୟର ୬ ପାହାଚ: ସଂଜୁ ସାମସନ୍ଙ୍କ ଚମତ୍କାର, ଈଶାନଙ୍କ ବିସ୍ଫୋରକ ବ୍ୟାଟିଂ
ବାରବାଟୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲ୍ରେ ସୁନ୍ଦରଗଡ଼ ୧୧୮ ରନ୍ରେ ରାଉରକେଲାକୁ ହରାଇଛି । ସୁନ୍ଦରଗଡ଼ ନିର୍ଦ୍ଧାରିତ ୫୦ ଓଭରରେ ୩୫୩/୭ କରିଥିଲା । ଗୋବିନ୍ଦ ପୋଦ୍ଦାର (୭୨ ବଲ୍ରୁ ୧୧୧) ଶତକ ଏବଂ ୱାଲଟର ଟୋପ୍ପୋ (୫୫) ଓ ଉମେଶ ଗୌତମ (୫୧) ଅର୍ଦ୍ଧଶତକ ଅର୍ଜନ କରିଥିଲେ । ରାଉରକେଲାର ସ୍ବରୂପ ଏସ୍ ଭୂୟାଁ ୩ ଓ କୌସିକ ମାନିକପୁରି ୨ ୱିକେଟ୍ ନେଇଥିଲେ । ଜବାବରେ ରାଉରକେଲା ୪୦.୩ ଓଭରରେ ୨୩୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ସୁଜଳ କୁମାର ସିଂହ ୮୫ ରନ୍ କରିଥିଲା ବେଳେ ଗୋବିନ୍ଦ ଓ ଅଭିଷେକ ସିଂହ ୨ ଲେଖାଏଁ ୱିକେଟ୍ ନେଇଥିଲେ । ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ଗୋବିନ୍ଦ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/09/kalahandi-cup-cricket-tournament-2026-03-09-21-26-51.jpg)