ବ୍ଲେଡରେ କାଟିଲେ କ୍ଷତ ସ୍ଥାନରେ ଲୁଣ ମାରିଲେ :  ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନବମ ଶ୍ରେଣୀ ଛାତ୍ରଙ୍କ ରାଗିଙ୍ଗ ଅଭିଯୋଗ

Advertisment

ବ୍ଲେଡରେ କାଟିଲେ କ୍ଷତ ସ୍ଥାନରେ ଲୁଣ ମାରିଲେ । ରାଗିଙ୍ଗ କରିବାକୁ ଯାଇ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ବ୍ଲେଡରେ କାଟି କ୍ଷତରେ ଲୁଣ ମାରି ବନ୍ଦ କଠୋରୀରେ ନିର୍ଯାତନା ଦେଇଥିବା ଅଭିଯୋଗ । ମୟୂରଭଞ୍ଜ ଉଦଳା ଖୁଣ୍ଟା ଥାନା ବାସିପିଠା ଏସଏସଡି ହାଇସ୍କୁଲରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ ।

ragging

Photograph: (KanakNews )

କନକ ବ୍ୟୁରୋ : ବ୍ଲେଡରେ କାଟିଲେ କ୍ଷତ ସ୍ଥାନରେ ଲୁଣ ମାରିଲେ । ରାଗିଙ୍ଗ କରିବାକୁ ଯାଇ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ବ୍ଲେଡରେ କାଟି କ୍ଷତରେ ଲୁଣ ମାରି ବନ୍ଦ କଠୋରୀରେ ନିର୍ଯାତନା ଦେଇଥିବା ଅଭିଯୋଗ । ମୟୂରଭଞ୍ଜ ଉଦଳା ଖୁଣ୍ଟା ଥାନା ବାସିପିଠା ଏସଏସଡି ହାଇସ୍କୁଲରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ବାରିପଦା ଭୁଗୁଡାକଟା ଅଞ୍ଚଳର ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ହଷ୍ଟେଲରେ ରହୁଥିବା ନବମ ଶ୍ରେଣୀ ଛାତ୍ରମାନେ ରାଗିଙ୍ଗ କରିଥିବା ଅଭିଯୋଗ ହୋଇଛି । ନବମ ଶ୍ରେଣୀ ଛାତ୍ରମାନେ ହଷ୍ଟେଲରେ ମଦ ପିଉଥିବା, ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ଦେଖିଥିଲେ । ଏ ନେଇ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ । ଯାହା ପରେ ନବମ ଶ୍ରେଣୀ ଛାତ୍ରମାନେ ପରଦିନ ଏକ କୋଠରୀରେ ଅଟକାଇବା ସହିତ ଲୁହା ରଡ଼ରେ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ଛାତ୍ରମାନେ ଛୁରୀ ଦେଖାଇ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଯାହା ବାବଦରେ ଛାତ୍ରଜଣକ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ଏ ନେଇ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର । ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe