କନକ ବ୍ୟୁରୋ: ୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଯୋଡ଼ି ହେଲା କଟାହାତ । ଯାଜପୁରର ଏକ ପ୍ଲାଣ୍ଟରେ କାମ କରିବା ସମୟରେ ମେସିନରେ ହାତ ପଶିଯିବାରୁ ୨୬ ବର୍ଷ ବୟସ୍କ ଯୁବକ କ୍ରାନ୍ତି କୁମାରଙ୍କ ବାଆଁ ହାତ ଅଧା କଟି ଯାଇଥିଲା । ଅଢେଇ ଘଣ୍ଟା ଭିତରେ ଆଇସ ବକ୍ସରେ କଟା ହାତକୁ ଧରି କଟକରେ ପହଞ୍ଚିଥିଲେ ଯୁବକଙ୍କ ପରିବାର । ପରେ ଡ଼ାକ୍ତର ବିଭୂତି ନାୟକ ତାଙ୍କର ଅପରେସନ ଆରମ୍ଭ କରିଥିଲେ । ୭ ଘଣ୍ଟାର ଅସ୍ତ୍ରୋପଚାର ପରେ କଟା ହାତ ଯୋଡ଼ି ହୋଇଥିଲା । ଆଉ ଏବେ ସମ୍ପୂଣ୍ଣ ସୁସ୍ଥ ଅଛନ୍ତି କ୍ରାନ୍ତି ।
କେମିତି ଯୋଡ଼ି ହେଲା କଟା ହାତ ? ଅନୁଭୂତି ବଖାଣିଲେ ଚିକିତ୍ସା କରିଥିବା ଡାକ୍ତର ।
କେମିତି ଯୋଡ଼ି ହେଲା ଶ୍ରମିକଙ୍କ କଟା ହାତ । କନକ ନ୍ୟୁଜରେ ଅପରେସନ୍ ଅନୁଭୂତି ବଖାଣିଲେ ଚିକିତ୍ସା କରିଥିବା ଡାକ୍ତର । ଯାଜପୁରର ଏକ ପ୍ଲାଣ୍ଟରେ କାମ କରିବା ବେଳେ ମେସିନରେ କଟିଯାଇଥିଲା ହାତ ।
/kanak/media/media_files/sMhzSjtgz8F8WXOiZv9D.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)