କନକ ବ୍ୟୁରୋ :  ମୋଟାପଣ କମାଇବାକୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ । ଆଜି ମନ କି ବାତ କାର୍ଯ୍ୟକ୍ରମରେ ଦେଶକୁ ସମ୍ୱୋଧିତ କରି ମେଦ ବହୁଳତାକୁ ନେଇ ଚର୍ଚ୍ଚା କରିଛନ୍ତି । ଦେଶବାସୀଙ୍କୁ ସଚେତନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୋଟାପଣ ଦେଶରେ ମୁଣ୍ଡ ଟେକିଥିବା ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା । ଦେଶର ୮ ଜଣଙ୍କ ମଧ୍ୟରୁ ଜଣେ ମେଦବହୁଳତାର ଶିକାର ହୋଇଛନ୍ତି । 

Advertisment

ମୋଟାପିଲାଙ୍କୁ ମୋଦୀ ମନ୍ତ୍ର
ସାରା ବିଶ୍ବରେ ଚିନ୍ତା ବଢ଼ାଉଛି ମୋଟାପଣ
ପ୍ରତି ୮ ପିଲାରେ ଜଣେ ମୋଟାପଣର ଶିକାର
ଡବ୍ଲୁଏଚଓ ରିପୋର୍ଟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଚିନ୍ତା
ରିପୋର୍ଟରେ, ବିଶ୍ବରେ ୨୫୦ କୋଟିରୁ ଅଧିକ ଲୋକେ ମୋଟାପଣର ଶିକାର
ଖାଦ୍ୟରେ ୧୦ ପ୍ରତିଶତ ତେଲ କମ ବ୍ୟବହାର କରିବାକୁ ପରାମର୍ଶ
ଏହା ମୋଟାପଣ ହ୍ରାସ କରାଇବାରେ ସହାୟକ ହେବ
ମୋଟାପଣ ଯୋଗୁଁ ଶରୀରରେ ଦେଖାଦେଇଥାଏ ବିଭିନ୍ନ ସମସ୍ୟା ଓ ରୋଗ