ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ଲୁଟ୍ ; ସ୍ପିଡ୍ ପେଟ୍ରୋଲ ବିକିବାକୁ ଫନ୍ଦି ଫିକର

ଗ୍ରାହକ ଗାଡ଼ିରେ ପେଟ୍ରୋଲ ପକାଇବାକୁ ଗଲେ ତାଙ୍କୁ ସାଧାରଣ ପେଟ୍ରୋଲ ଅପେକ୍ଷା ଅଧିକ ଦାମ୍ ଥିବା ସ୍ପିଡ୍ ପେଟ୍ରୋଲ ନେବାକୁ କୁହାଯାଉଛି । ଗାଡ଼ିର ଇଞ୍ଜିନ ଭଲ ରହିବା ସହ ମାଇଲେଜ୍ ଅଧିକ ଦେବ ବୋଲି ପେଟ୍ରୋଲ ପମ୍ପ୍ କର୍ମଚାରୀ କହୁଛନ୍ତି ।

SPEED PETROL

SPEED PETROL Photograph: (KANAK NEWS)

କନକ ବ୍ୟୁରୋ: ଦିନ ଦ୍ବିପ୍ରହରରେ ପେଟ୍ରୋଲ ପମ୍ପରେ ଚାଲିଛି ଲୁଟ୍ । ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟୁଛନ୍ତି ପେଟ୍ରୋଲ ମାଲିକ । ସାଧାରଣ ପେଟ୍ରୋଲ ନାହିଁ କହି ଗାଡ଼ିରେ ସ୍ପିଡ୍ ପେଟ୍ରୋଲ ପକାଇବା ପାଇଁ ଗ୍ରାହକଙ୍କୁ ଏକ ପ୍ରକାର ବାଧ୍ୟ କରାଯାଉଛି ।

  • ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ଲୁଟ୍
  • ସ୍ପିଡ୍ ପେଟ୍ରୋଲ ବିକିବାକୁ ଫନ୍ଦି ଫିକର 

ଗ୍ରାହକ ଗାଡ଼ିରେ ପେଟ୍ରୋଲ ପକାଇବାକୁ ଗଲେ ତାଙ୍କୁ ସାଧାରଣ ପେଟ୍ରୋଲ ଅପେକ୍ଷା ଅଧିକ ଦାମ୍ ଥିବା ସ୍ପିଡ୍ ପେଟ୍ରୋଲ ନେବାକୁ କୁହାଯାଉଛି । ଗାଡ଼ିର ଇଞ୍ଜିନ ଭଲ ରହିବା ସହ ମାଇଲେଜ୍ ଅଧିକ ଦେବ ବୋଲି ପେଟ୍ରୋଲ ପମ୍ପ୍ କର୍ମଚାରୀ କହୁଛନ୍ତି । କେତେବେଳେ ସାଧାରଣ ପେଟ୍ରୋଲ ସରିଯାଇଥିବା କୁହାଯାଉଛି । ଏଭଳି ସ୍ଥିତିରେ ଲୋକ ଅଧିକ ଟଙ୍କା ଦେଇ ସ୍ପିଡ୍ ପେଟ୍ରୋଲ କିଣୁଛନ୍ତି । ସ୍ପିଡ୍ ପେଟ୍ରୋଲରୁ ଅଧିକ ଲାଭ ମିଳୁଥିବାରୁ ଚାଲ୍ ଖେଳୁଛନ୍ତି ପେଟ୍ରୋଲ ପମ୍ପ ମାଲିକ ।      

ସେପଟେ ଏନେଇ ସଫେଇ ଦେଇଛନ୍ତି ପେଟ୍ରୋଲ ପମ୍ପ୍ ମାଲିକ ଓ କର୍ମଚାରୀ । ଯେଉଁ ଲୋକମାନେ ସ୍ପିଡ୍ ପେଟ୍ରୋଲ ବିଷୟରେ ଜାଣିଛନ୍ତି, ସେମାନେ ନିୟମିତ ଏହି ପେଟ୍ରୋଲ ଗାଡ଼ିରେ ପକାଉଛନ୍ତି । ଯେଉଁମାନେ ନୂଆ ଆସୁଛନ୍ତି ସେମାନଙ୍କୁ ସ୍ପିଡ୍ ପେଟ୍ରୋଲର ଉପକାରିତା ବିଷୟରେ ବିଷୟରେ ବୁଝାଇବାକୁ ପଡୁଛି । ଏଥିରୁ ଭଲ ଲାଭ ମିଳୁଥିବା ପେଟ୍ରୋଲ ପମ୍ପ ଓ କର୍ମଚାରୀ ସ୍ବୀକାର କରିଛନ୍ତି । ତେବେ ଇଚ୍ଛା ଥାଉ କି ନଥାଉ, ବ୍ୟକ୍ତିଗତ ବଜେଟ୍ ହିସାବ ଯାହା ହୋଇଥାଉ, ଗ୍ରାହକଙ୍କୁ ଅଧିକ ଦାମ୍ ଥିବା ସ୍ପିଡ୍ ପେଟ୍ରୋଲ ପକାଇବାକୁ ଏକ ପ୍ରକାର ବାଧ୍ୟ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe