ବ୍ୟବସାୟୀଙ୍କୁ ଆବଣ୍ଟନ ହେଉନି ଭେଣ୍ଡିଂଜୋନ୍ । ବ୍ୟାସନଗରରେ ରାସ୍ତାକଡ଼ରେ ବସୁଛି ହାଟ ।

Advertisment

ଭିଡ଼ ଲଗାଉଛନ୍ତି ଗ୍ରାହକ । ଉତ୍କଟ ହେଉଛି ଟ୍ରାଫିକ୍ ସମସ୍ୟା ।

ଭିଡ଼ ଲଗାଉଛନ୍ତି ଗ୍ରାହକ । ଉତ୍କଟ ହେଉଛି ଟ୍ରାଫିକ୍ ସମସ୍ୟା ।

 ଭେଣ୍ଡିଂଜୋନ୍ ଭେଳିକି

ଭେଣ୍ଡିଂଜୋନ୍ ଭେଳିକି Photograph: (kanakNews)

କନକ ବ୍ୟୁରୋ:  ରାସ୍ତା କଡ଼ରେ ବିପଦସଙ୍କୁଳ ଅବସ୍ଥାରେ ପରିବା ମାର୍କେଟ। ନା ବ୍ୟବସାୟୀଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଉଛି ନା ଗ୍ରାହକଙ୍କ ପାଇଁ କିଛି ସୁବିଧା। କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ଭେଣ୍ଡିଂଜୋନ ବି କାମରେ ଲାଗୁନି । ଫଳରେ ପ୍ରତିଦିନ ଜୀବନକୁ ବାଜି ଲଗାଇ ଚାଲିଛି ବିକ୍ରିବଟା। ବ୍ୟାସନଗର ପୌରପାଳିକାର ନାହାକା ପରିବା ଓ ମାଛ ମାର୍କେଟ। ରାସ୍ତା କଡ଼ରେ ପସରା ମେଲାଇ ବସିଛନ୍ତି ବ୍ୟବସାୟ ।

ରାସ୍ତାର ଦୁଇପଟେ ଗାଡ଼ି ରଖି କିଣାକିଣି କରୁଛନ୍ତି ଗ୍ରାହକ। ପୌରପରିଷଦ ପକ୍ଷରୁ ବ୍ୟବସାୟୀଙ୍କ ଠାରୁ ଟିକସ ଆଦାୟ କରାଯାଉଛି । କିନ୍ତୁ କୌଣସି ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହୋଇଛି । ଭେଣ୍ଡି ଜୋନ୍ ନିର୍ମାଣ ହୋଇଥିଲେ ମଧ୍ୟ ବ୍ୟବସାୟୀଙ୍କୁ ବଣ୍ଟାଯାଉନାହିଁ। ଦୋକାନ ଘର ଗୁଡ଼ିକ ବ୍ୟବହାର ନହୋଇ ନଷ୍ଟ ହେଉଛି। ଏଣେ ରାସ୍ତାକଡ଼ରେ ହାଟବଜାର ଯୋଗୁଁ ରାସ୍ତା ଜାମ୍ ହେବା ସହ ଟ୍ରାଫିକ ସମସ୍ୟା ବଢୁଛି ।

ଏହି ନାହାକା ଛକ ନୁହେଁ ଚୋରଦା ଛକ ଓ କୋପଣ୍ଡ ଛକର ମଧ୍ୟ ସମାନ ଅବସ୍ଥା। ୨୦୨୦ରୁ  ବିପଦସଙ୍କୁଳ ଅବସ୍ଥାରେ ବଜାର ବସୁଛି। ସେପଟେ ଖୁବଶୀଘ୍ର ଭେଣ୍ଡିଂ ଜୋନ ଗୁଡିକୁ ଉଦଘାଟନ କରାଯିବ ବୋଲି କହିଛନ୍ତି କୋରେଇ ବିଧାୟକ ଆକାଶ ଦାସ ନାୟକ । କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ତୁରନ୍ତ ସହରରେ ଥିବା ସମସ୍ତ ମାର୍କେଟ କମ୍ପ୍ଲେସ ଗୁଡିକୁ ଟେଣ୍ଡର କରାଯାଇ ବ୍ୟବସାୟୀଙ୍କୁ ଯୋଗାଇ ଦିଆଯିବ । ଅଦରକାରୀ ହୋଇ ପଡ଼ିଥିବା ଭେଣ୍ଡି ଜୋନକୁ କାର୍ଯ୍ୟକ୍ଷମ କରିବାକୁ ଦାବି କରାଯାଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe