କନକ ବ୍ୟୁରୋ :ବାରମ୍ବାର ପ୍ରାକୃତିକ ଦୁର୍ବିପାକକୁ ସାମ୍ନା କରୁଥିବା ଓଡ଼ିଶାବାସୀଙ୍କୁ ବାତ୍ୟା ଖବର ବିଚଳିତ କରେ । କାରଣ ପୂର୍ବରୁ ମେ' ମାସରେ ଅମ୍ଫାନ ଓ ଫନି ଭଳି ବାତ୍ୟା, ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କରିଛି । ଏତିକିବେଳେ ବାଂଲାଦେଶୀ ପାଣିପାଗ ବିଜ୍ଞାନୀ ମୁସ୍ତଫା କମାଲ ପଲାଶଙ୍କ ଏକ ଫେସବୁକ ପୋଷ୍ଟ, ରାଜ୍ୟବାସୀଙ୍କ ଛାତିରେ ଛନକା ଭରିଛି ।
ବାଂଲାଦେଶୀ ପାଣିପାଗ ବିଜ୍ଞାନୀ ମୁସ୍ତଫାଙ୍କ ଆକଳନ ଅନୁସାରେ,
ମେ' ୧୬ରୁ ୧୮ ମଧ୍ୟରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇପାରେ ଘୁର୍ଣ୍ଣିଝଡ଼
ପରେ ଏହା ଘନୀଭୂତ ହୋଇ ମେ' ୨୩ରୁ ୨୮ ମଧ୍ୟରେ ବାତ୍ୟାର ରୂପ ନେବ
ଏପରିକି ମେ' ୨୪ରୁ ୨୬ ମଧ୍ୟରେ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁପାରେ
କିମ୍ବା ବାଂଲାଦେଶର ଛୋଟୋଗ୍ରାମ ଉପକୂଳରେ ଲ୍ୟାଣ୍ଡଫଲ୍‌ ନେଇ ପୂର୍ବାନୁମାନ
ବାତ୍ୟା ହେଲେ ଏହାର ନାଁ 'ଶକ୍ତି' ରହିବ ଏବଂ ଶ୍ରୀଲଙ୍କା ଏହାର ନାମକରଣ କରିଛି
ବାଂଲାଦେଶୀ ପାଣିପାଗ ବିଜ୍ଞାନୀଙ୍କ ଏଭଳି ପୂର୍ବାନୁମାନ ରାଜ୍ୟବାସୀଙ୍କ ଛାତିରେ ଛନକା ଭରିଥିବାବେଳେ, ବର୍ତ୍ତମାନ ବାତ୍ୟା ଆଶଙ୍କା ନେଇ କୌଣସି ପୂର୍ବାନୁମାନ କରିନାହିଁ ଭାରତୀୟ ପାଣିପାଗ ବିଭାଗ । ଏପରିକି ବିଭିନ୍ନ ଗଣମାଧ୍ୟରେ ହେଉଥିବା ଚର୍ଚ୍ଚାକୁ ସିଧାସଳଖ ଖଣ୍ଡନ କରିଛି ଆଇଏମ୍‌ଡି ।  

Advertisment

ପାଣିପାଗକୁ ନେଇ ସବୁଠାରୁ ଭରସାଯୋଗ୍ୟ ପାଣିପାଗ ସଂସ୍ଥା, ଭାରତୀୟ ପାଣିପାଗ ବିଭାଗ କିନ୍ତୁ ବର୍ତ୍ତମାନ ସମୟରେ କୌଣସି ବାତ୍ୟା ଆଶଙ୍କା ନେଇ ପୂର୍ବାନୁମାନ କରିନାହିଁ । ବଙ୍ଗପୋ ସାଗରରେ ଥିବା ଘୁର୍ଣ୍ଣିବଳୟଟି ଅଧିକ ଘନୀଭୂତ ହେବା ପାଇଁ ପାଣିପାଗର ଉପାଦାନ ଗୁଡ଼ିକ ସହାୟକ ହେଉନାହିଁ ବୋଲି ମତ ରଖିଛନ୍ତି ପାଣିପାଗ ବିଜ୍ଞାନୀ । ଦେଖନ୍ତୁ କାହଁକି ଘୁର୍ଣ୍ଣିବଳୟଟି ବାତ୍ୟାର ରୂପ ନେଇପାରିବ ନାହିଁ । 

ଚଳିତଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ୯ଦିନ ପୂର୍ବରୁ ଆଣ୍ଡାମାନ ଛୁଇଁଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ୨୭ ମେ' ସୁଦ୍ଧା ଏହା କେରଳ ଛୁଇଁବ ଏବଂ ଓଡ଼ିଶାରେ ଜୁନ୍ ୧୦ ତାରିଖ ସୁଦ୍ଧା ମୌସୁମୀ ବାୟୁ ପ୍ରବେଶ କରିବ । ଯାହା ସାରାରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ଆଣିଦେବ ବୋଲି ଆଶା କରାଯାଉଛି ।