କଟକକୁ ଫେରୁଛି ଶାନ୍ତି ; ହଟିଲା କର୍ଫ୍ୟୁ , ଗିରଫ ହେଲେଣି ୧୯ ଜଣ

Advertisment

ଭାଇଚାରାର ସହର କଟକକୁ ଫେରୁଛି ଶାନ୍ତି । ହଟିଲା କର୍ଫ୍ୟୁ, ୪୮ ଘଣ୍ଟା ପରେ ଇଣ୍ଟରନେଟ୍ ସେବା ଚାଲୁ । ହ୍ବାଟ୍ସଆପ୍ ଗ୍ରୁପ କରିଥିବା ବିକାଶ ମହାରଣା ଗିରଫ । ଗିରଫଦାରୀ ସଂଖ୍ୟା ୧୯କୁ ବୃଦ୍ଧି  । ଶୋଭଯାତ୍ରାରେ ସାମିଲ ଯୁବକଙ୍କ ପରିବର୍ତ୍ତେ ଭଷାଣି ସମୟର ଆକ୍ରମଣ କରିଥିବା ଅସାମାଜିକ ତତ୍ତ୍ଵଙ୍କୁ ଗରିଫ ଦାବି କଲେ ବିଧାୟକ ପ୍ରକାଶ ସେଠୀ ।

7

କନକ ବ୍ୟୁରୋ: କଟକରେ ସ୍ବାଭାବିକ ହେଲା ଜୀବନ ଯାତ୍ରା । ସକାଳେ କର୍ଫ୍ୟୁ ହଟିଥିବାବେଳେ ସନ୍ଧ୍ୟାରେ ଇଣ୍ଟରନେଟ କଟକଣା ବି ହଟିଛି । ଫଳରେ ଲୋକେ ବାହାରକୁ ବାହାରିଛନ୍ତି । ଧୀରେ ଧୀରେ କଟକରେ ଶାନ୍ତି ଫେରୁଛି । ତେବେ ସ୍ପର୍ଶକାତର ଅଞ୍ଚଳରେ ପୁଲିସର ନଜର ରହିଛି । ସ୍ପର୍ଶକାତର ଅଞ୍ଚଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ଦରଘାବଜାର ଓ ହାତୀପୋଖରୀ ଉପରେ କଡ଼ା ନଜର ରଖାଯାଇଛି । ଗୁଜବକାରୀଙ୍କ ଉପରେ କଡା ନଜର ରଖାଯାଇଛି । ଦୁର୍ଗା ପୂଜା ଭଣାସୀରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ସ୍ଥିତି ବିଗିଡିଯାଇଥିଲା । 

ସେପଟେ କଟକ ହିଂସା ଘଟଣାରେ ଆଉ ଜଣଙ୍କୁ ଗିରଫ କରିଛି ପୁଲିସ । ମୋଟ ଗିରଫଦାରୀଙ୍କ ସଂଖ୍ୟା ୧୯କୁ ବଢ଼ିଛି । ଗିରଫ ଯୁବକ ବିକାଶ ମହାରଣା ସୋସିଆଲ ମିଡ଼ିଆରେ ହ୍ବାଟ୍ସଆପ୍ ଗ୍ରୁପ କରିଥିଲେ । ଆଉ ଆପତ୍ତିଜନକ ମନ୍ତବ୍ୟ ପ୍ରଧାନ କରି ଉସୁକାଉଥିବା ଅଭିଯୋଗ ହୋଇଥିଲା । ବିକାଶଙ୍କୁ ଗିରଫ କରିଛି ମର୍କତ ନଗର ଥାନା ପୁଲିସ । ସେପଟେ ଗିରଫକୁ ନେଇ ପ୍ରତିବାଦ କରିଛନ୍ତି କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ । କହିଛନ୍ତି,କଟକର ଦୁର୍ଗାପୂଜା ଭଷାଣୀ ସମୟରେ ଅସାମାଜିକ ତତ୍ତ୍ଵମାନଙ୍କ ଦ୍ୱାରା ହୋଇଥିବା ଆକ୍ରମଣକୁ ବିରୋଧ କରି ଯେଉଁ ପ୍ରତିବାଦ ଶୋଭାଯାତ୍ରା ହୋଇଥିଲା, ସେଥିରେ ଯୋଗଦେଇଥିବା ଯୁବକମାନଙ୍କୁ ବିନା କାରଣରେ ଗିରଫକୁ ପ୍ରଶାସନ ବନ୍ଦ କରିବା ଉଚିତ୍ । ଭଷାଣୀ ସମୟର ସେହି ଅସାମାଜିକ ତତ୍ତ୍ଵ ତଥା ଆକ୍ରମଣକାରୀଙ୍କୁ ତୁରନ୍ତ ଚିହ୍ନଟ କରି ଦଣ୍ଡ ଦେବା ଉପରେ ଗୁରୁତ୍ତ୍ଵ ଦେବା ଆବଶ୍ୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe