କନକ ବ୍ୟୁରୋ : କଟକ ସହରରୁ ହଟିଲା କର୍ଫ୍ୟୁ । ଏନେଇ ସୂଚନା ଦେଇଛନ୍ତି ପୁଲିସ କମିସନର ଏସ୍ ଦେବଦତ୍ତ ସିଂ । କର୍ଫ୍ୟୁ ସମୟ ସୀମା ସରିଛି, କିନ୍ତୁ ଏବେବି ଟିମ୍ ଅନୁଧ୍ୟାନ କରୁଛି । ସମ୍ବେଦନଶୀଳ ସ୍ଥାନରେ ପୁଲିସ ମୁତୟନ ରହିବେ । ଯେପରି କୌଣସି ଅପ୍ରିତିକର ପରିସ୍ଥିତି ନଉପୁଜେ ସେ ଦିଗ ଉପରେ ନଜର ରହିବ । ସାଦା ପୋଷାକରେ ପୁଲିସ ମୁତୟନ ହୋଇ ରହିବେ ।
ଆଜି ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା ଥିଲା । ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଥିଲା । ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ ହୋଇଥିଲା । ଆଉ ଏବେ କର୍ଫ୍ୟୁକୁ ହଟାଇଦିଆଯାଇଛି । ଆଗାମୀ ସମୟରେ ଦୋକାନ ବଜାର ଖୋଲିବ । ଚଳପ୍ରଚଳ ସ୍ବାଭାବିକ୍ ହେବ । ଯଦି ପୁଣି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ପୁଣି ପୁଲିସ କାର୍ଯ୍ୟାନୁଷ୍ଠାନ ନେଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/07/35-2025-10-07-13-13-00.jpg)