କନକ ବ୍ୟୁରୋ : କଟକରେ କର୍ଫ୍ୟୁ, ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ସହରର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିବ । ବିଶେଷ କରି ଦରଘା ବଜାର ସମେତ ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ ଘୋଷଣା କରିଛି କମିସନରେଟ ପୁଲିସ୍ । ବର୍ତ୍ତମାନ ବିଭିନ୍ନ ସ୍ଥାନରେ ସ୍ଥିତି ଶୃଙ୍ଖଳିତ ଥିବା ସୂଚନା ଦେଇଛନ୍ତି ଆଇନ ଶୃଙ୍ଖଳା ଏଡିଜି । ତେବେ ସମ୍ବେଦନଶୀଳ ସ୍ଥାନରେ ୬୦ ପ୍ଲାଟୁନ୍ ଫୋର୍ସ ସମେତ ୮ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି ।

Advertisment

ଆଇଜି ପ୍ରବୀଣ କୁମାର ଓ ଡିଆଇଜି ଯୁଗଳ କିଶୋର ବୋନଥଙ୍କୁ କଟକର ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି । ପୁଲିସ ଡିଜି ୱାଇ ବି ଖୁରାନିଆଙ୍କ ନେତୃତ୍ବରେ ଦରଘାବଜାରରେ ପୁଲିସର ସ୍ବତନ୍ତ୍ର କ୍ୟାମ୍ପ ଅଫିସ ଖୋଲାଯାଇଛି । ପୁଲିସ କମିସନରଙ୍କ ସୂଚନା ଅନୁସାରେ ସହରରେ ଏବେ ସ୍ଥିତି ସ୍ବାଭାବିକ ରହିଛି । ଶାନ୍ତି ବଜାୟ ରହିଛି । ହିଂସା ଘଟଣାରେ ୩ଟି ମାମଲା ରୁଜୁ ହୋଇଛି , ଗିରଫଦାରି ବି ବଢ଼ିଛି  ।