ବସ୍ତି ଉଚ୍ଛେଦ ପାଇଁ କଡା ସୁରକ୍ଷା ; ଭୋର ୪ଟାରୁ କର୍ଫ ଜାରି

ବାଲେଶ୍ବରରେ ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ । ଜବରଦଖଲ ହୋଇଥିବା ରେଳବାଇର ଜାଗାରେ ୨ଦିନ ଚାଲିବ  ଉଚ୍ଛେଦ । ଭୋର ୪ଟାରୁ ରାତି ୧୦ ଯାଏଁ କର୍ଫ୍ୟୁ । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ । 

15ଜଯଦତନପ

କନକ ବ୍ୟୁରୋ: ବାଲେଶ୍ବରରେ ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଜାରି । ରେଲୱେ ଜାଗା ଉଚ୍ଛେଦ ପାଇଁ ଆଜି ଓ ଆସନ୍ତାକାଲି ଉଚ୍ଛେଦ ଚାଲିବ । ସେଥିପାଇଁ ଭୋର ଟାରୁ ରାତି ୧୦ ଯାଏଁ କର୍ଫ୍ୟୁ ଜାରି ହୋଇଛି । ଏଠାରେ ବସବାସ କରୁଥିବା ଲୋକେ ନିଜ ସାମଗ୍ରୀ ନେଇ ସ୍ଥାନାନ୍ତର କରୁଥିବା ବେଳେ ଥଣ୍ଡାରେ କୁଆଡେ ଯିବେ ବୋଲି ଅସନ୍ତୋଷ ବଢ଼ୁଛି । ଅରଡ଼ ବଜାରରୁ ପରିବା ବଜାର, ହରିପୁରରୁ ଦର୍ଜି ପୋଖରୀ, କସ୍ମିଳା ପୋଲ ଠାରୁ ଫୁଲାଡ଼ି ଛକ, ନୂଆ ବଜାର ରେଲୱେ ଗେଟ, ଗଳା ପୋଲ, ନୂଆ ବଜାର ପରିବା ମାର୍କେଟର ଉଭୟ ପାର୍ଶ୍ୱ ରାସ୍ତା ସକାଳ ୪ଟାରୁ ରାତି ୧୦ଟା ପର୍ୟ୍ୟନ୍ତ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe