କନକ ବ୍ୟୁରୋ: ଭକ୍ତି ନାଁରେ ଭାଣ୍ଡାମୀ ଚଳିବ ନାହିଁ । ଭଣ୍ଡେଇଥିଲେ ବର୍ତ୍ତିବେ ନାହିଁ । ସରକାର ନେବେ ଦୃଢ କାର୍ଯ୍ୟାନୁଷ୍ଠାନ। ଏମିତି କହି ତଥାକଥିକ ବାବାଙ୍କୁ ସାବଧାନ କରାଇଛନ୍ତି ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ୟ୍ୟବଂଶୀ। ଭକ୍ତି ବା ଭଗବାନଙ୍କ ନାଁ ନେଇ ଯିଏ ବ୍ୟାପାର କରୁଛନ୍ତି, ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି ସେମାନଙ୍କୁ କ୍ଷମା ଦିଆଯିବ ନାହିଁ। ଓଡ଼ିଶାର ବିଭିନ୍ନ ଜାଗାରୁ ବିବାଦୀୟ ବାବାଙ୍କୁ ନେଇ ଅଭିଯୋଗ ଆସୁଛି। ଏସବୁ ଅଭିଯୋଗକୁ ନେଇ ସଂସ୍କୃତି ବିଭାଗ ଓ ସରକାର ପୂରା ତତ୍ପର ଥିବା କହିଛନ୍ତି ସଂସ୍କୃତି ମନ୍ତ୍ରୀ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us