କନକ ବ୍ୟୁରୋ: ୨ ବର୍ଷ ତଳର ଘଟଣା । ଦିଅରକୁ ବିବାହ କରିବାକୁ ସାନ ଯା’ଙ୍କୁ ଗ୍ଲୁକୋଜରେ ବିଷ ଦେଇ ହତ୍ୟା କରିଥିଲେ । ସତ ଜଣାପଡ଼ିବା ପରେ ଗିରଫ ହେଲା ବଡ଼ ଯା’ । ଦେବଗଡ଼ ରିଆମାଳ ଥାନା ଅନ୍ତର୍ଗତ ବରଘାଟ ଗାଁର ଘଟଣା।  ୨ବର୍ଷ ପରେ ସତ ଜଣାପଡିବା ପରେ ଗିରଫ ହୋଇଛନ୍ତି ବଡ଼ ଯା’ । ଅଭିଯୁକ୍ତୁ ଯା’କୁ ଜେଲ ଯିବାକୁ ପଡ଼ିଛି । 

Advertisment

ସୂଚନା ଅନୁସାରେ, ୨୦୨୩ ମାର୍ଚ୍ଚ ମାସରେ ଦେବଗଡ଼ ଥାନା କପାସିରା ଗାଁର ଝସକେତନ ପ୍ରଧାନଙ୍କ ଝିଅ ପୂଜା ପ୍ରଧାନଙ୍କ ଝିଅ ପୂଜା ପ୍ରଧାନ ବରଘାଟର ପ୍ରଫୁଲ୍ଲ ସାହୁଙ୍କ ପୁଅ କାଳିନ୍ଦୀ ସାହୁଙ୍କ ବିବାହ କରିଥିଲେ । ଜୁନ୍ ମାସ ୧୨ ତାରିଖରେ ପୂଜା ହଠାତ୍ ଅସୁସ୍ଥ ହୋଇପଡ଼ିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ । ହେଲେ ସେଠାରେ ପୂଜାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । 

ଝିଅକୁ ଶାଶୂଘର ଲୋକେ ମାରିଦେଇଥିବା ଅଭିଯୋଗ କରି ପୂଜା ବାପଘର ଲୋକେ ପୁଲିସରେ ମାମଲା ରୁଜୁ କରିବା ପରେ ଖୋଳତାଡ଼ କରିଥିଲା ପୁଲିସ । ପୂଜା ଅସୁସ୍ଥ ହୋଇପଡ଼ିବା ଦିନ ସେ ପିଇଥିବା କ୍ଲୁକୋଜ୍ ଗ୍ଲାସରେ ଥିବା ଅବଶିଷ୍ଟ ପାଣିକୁ ନେଇ ଫରେନ୍ସିକ ଟେଷ୍ଟ କରାଯାଇଥିଲା । ଏଥିରେ ବିଷ ମିଶିଥିବା ରିପୋର୍ଟ ଆସିବା ପରେ ବଡ଼ ଯା’ ମମତାଙ୍କୁ ପଚରାଉଚରା କରିବାବେଳେ ସତ ମାନିଥିଲା ଅଭିଯୁକ୍ତ ଯା’। ସମସ୍ତଙ୍କ ପ୍ରମାଣ ଓ ସାକ୍ଷୀଙ୍କ ବୟାନ ଭିତ୍ତିରେ ମମତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । 

ଅଭିଯୁକ୍ତ ମମତାଙ୍କ ସ୍ବାମୀଙ୍କର ପୂର୍ବରୁ ପରଲୋକ ହୋଇଛି । ହେଲେ ଦିଅରଙ୍କ ସହ ବିବାହ କରିବାକୁ ତାଙ୍କର ଇଚ୍ଛା ଥିଲା । କିନ୍ତୁ ଘର ଲୋକଙ୍କ ଇଚ୍ଛାରେ ଯେତେବେବେଳେ ଦିଅରଙ୍କ ବିବାହ ହୋଇଥିଲା ରାଗରେ ସାନ ଯା’କୁ ବିଷ ଦେଇ ମାରିଥିବା ସ୍ବୀକାର କରିଛନ୍ତି ମମତା ।