କନକ ବ୍ୟୁରୋ : ଆଇପିଏଲ ୨୦୨୫ରେ ଯଦି ସବୁଠାରୁ ଅଧିକ ଚର୍ଚ୍ଚା କାହାକୁ ନେଇ ହେଉଥାଏ ତେବେ ସେ ଖେଳାଳି ହେଲେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସରେ ଭେଟେରାନ ପ୍ଲେୟାର ମହେନ୍ଦ୍ର ସିଂ ଧୋନୀ । ଧୋନୀଙ୍କ ବ୍ୟାଟିଂ କ୍ରମ ଏବେ ପ୍ରଶ୍ନ ଘେରରେ । ଲାଗୁଛି ଯେମିତି ସିଏସକେ ଜୋର ଜବରଦସ୍ତ ଧୋନୀଙ୍କୁ ଖେଳାଯାଉଛି, ଆଉ ଦରକାର ସମୟରେ ଧୋନୀ ବ୍ୟାଟିଂ କରିବାକୁ ଆସୁନାହାନ୍ତି।
ରାଜସ୍ଥାନ ବିପକ୍ଷ ମ୍ୟାଚରେ ଧୋନୀ ୭ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ । ଟିମ ମ୍ୟାନେଜମେଂଣ୍ଟର ଏହି ନିଷ୍ପତ୍ତିକୁ ପୂର୍ବତନ କ୍ରିକେଟର ସମାଲୋଚନା କରିଛନ୍ତି। ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ସିଏସକେ କୋଚ ଷ୍ଟିଫେନ ଫ୍ଲେମିଙ୍ଗ କହିଛନ୍ତି ,ଧୋନୀ ୧୦ଓଭର ବ୍ୟାଟିଂ କରିପାରିବେନି କାରଣ ଧୋନୀଙ୍କ ଆଣ୍ଠୁରେ ସମସ୍ୟା ଅଛି ଏବଂ ଧୋନୀ ମ୍ୟାଚର ସିଚୁଏସନ ଅନୁସାରେ ବ୍ୟାଟିଂ କ୍ରମ ନିଜେ ବାଛିଥାନ୍ତି । କୋଚ ପ୍ରେସମିଟରେ କହିଛନ୍ତି ,ଧୋନୀ ଟିମର ମାର୍ଗଦଶକ ସହ ଭଲ ୱିକେଟ କିପର ହେଲେ ବ୍ୟାଟିଂ ଡାଭନ ଚେଂଜ କରିବା ଟିମ ପାଇଁ ଭଲ ନୁହେଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/03/31/aJxQw5BNHstWBceYl0fA.jpg)