କନକ ବ୍ୟୁରୋ :ବଢିଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ । ବର୍ଷେ ଯାଏଁ କାର୍ଯ୍ୟକାଳ ବଢିଥିବା ସୂଚନା । କାର୍ଯ୍ୟକାଳ ଅବଧି ବୃଦ୍ଧିକୁ କ୍ୟାବିନେଟ କମିଟିର ଅନୁମୋଦନ । ଡିସେମ୍ୱର ୩୧ରେ ସରୁଥିଲା ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ।
ତେବେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଗୁଡବୁକରେ ଅଛନ୍ତି ମନୋଜ । ରାଜ୍ୟରେ ବିଜେପି ସରକାରଙ୍କ ନିର୍ବାଚନୀ ପ୍ରତିଶ୍ରୁତିକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବାରେ ମନୋଜଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ମୁଖ୍ୟ ସଚିବଙ୍କ ଉପରେ ସରକାରଙ୍କ ଭରସା ଥିବାରୁ ପୁନଶ୍ଚ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/27/R0KX2a7vrABUT4Ho3X89.jpg)