କ୍ରୁଜ୍‌ରେ ବୁଲିବେ ପର୍ଯ୍ୟଟକ ; ଓଡ଼ିଶାର ୪ଟି ପର୍ଯ୍ୟଟନ ସ୍ଥଳରେ କ୍ରୁଜ୍ ସେବା ବ୍ୟବସ୍ଥା

Advertisment

ଭିତରକନିକା ଜଙ୍ଗଲ, ଯୋବ୍ରା, ଲଳିତଗିରି - ଉଦୟଗିରି - ରତ୍ନଗିରି ଏବଂ ବାଲେଶ୍ଵର ହିଡେନ ବିଚରେ ଏହି ସୁବିଧା ମିଳିଛି । ଏହି ୪ଟି ପର୍ଯ୍ୟଟନ ସ୍ଥଳୀରେ ହେବ ରିଭର କ୍ରୁଜ୍ ସର୍କିଟ୍ । କେନ୍ଦ୍ର ସରକାରଙ୍କ କ୍ରୁଜ ଭାରତ ମିଶନ ଯୋଜନାରେ ଏଗୁଡ଼ିକ ବିକଶିତ କରାଯିବ ।

ଭିତରକନିକା ଜଙ୍ଗଲ, ଯୋବ୍ରା, ଲଳିତଗିରି - ଉଦୟଗିରି - ରତ୍ନଗିରି ଏବଂ ବାଲେଶ୍ଵର ହିଡେନ ବିଚରେ ଏହି ସୁବିଧା ମିଳିଛି । ଏହି ୪ଟି ପର୍ଯ୍ୟଟନ ସ୍ଥଳୀରେ ହେବ ରିଭର କ୍ରୁଜ୍ ସର୍କିଟ୍ । କେନ୍ଦ୍ର ସରକାରଙ୍କ କ୍ରୁଜ ଭାରତ ମିଶନ ଯୋଜନାରେ ଏଗୁଡ଼ିକ ବିକଶିତ କରାଯିବ ।

21

କନକ ବ୍ୟୁରୋ : କ୍ରୁଜ୍‌ରେ ବୁଲିବେ ପର୍ଯ୍ୟଟକ । ଓଡ଼ିଶାରେ ୪ ପର୍ଯ୍ୟଟନ ସ୍ଥଳରେ କ୍ରୁଜ୍ ଜାହାଜ ଆଧାରିତ ପର୍ଯ୍ୟଟନକୁ ପ୍ରୋତ୍ସାହନ  ଦେବା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା । ଭିତରକନିକା ଜଙ୍ଗଲ, ଯୋବ୍ରା, ଲଳିତଗିରି - ଉଦୟଗିରି - ରତ୍ନଗିରି ଏବଂ ବାଲେଶ୍ଵର ହିଡେନ ବିଚରେ ଏହି ସୁବିଧା ମିଳିଛି । ଏହି ୪ଟି ପର୍ଯ୍ୟଟନ ସ୍ଥଳୀରେ ହେବ ରିଭର କ୍ରୁଜ୍ ସର୍କିଟ୍ । କେନ୍ଦ୍ର ସରକାରଙ୍କ କ୍ରୁଜ ଭାରତ ମିଶନ ଯୋଜନାରେ ଏଗୁଡ଼ିକ ବିକଶିତ କରାଯିବ । ଏନେଇ ରାଜ୍ୟସଭାରେ ପ୍ରଶ୍ନର ଉତ୍ତର ରଖି ଏସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ବନ୍ଦର, ଜାହାଜ ଏବଂ ଜଳପଥ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ।

ବୈତରଣୀ ନଦୀରେ ଯାଇଥିବା ୧୪ ନମ୍ବର ଜାତୀୟ ଜଳପଥ ଅନ୍ତର୍ଗତ ଭିତରକନିକା ଜଙ୍ଗଲ, ମହାନଦୀରେ ଯାଇଥିବା ୬୪ ନମ୍ବର ଜାତୀୟ ଜଳପଥ ଅନ୍ତର୍ଗତ ଯୋବ୍ରା, ବିରୂପା - ବଡି ଗେଙ୍ଗୁଟି - ବ୍ରାହ୍ମଣୀ ନଦୀରେ ଯାଇଥିବା ୨୨ ନମ୍ବର ଜାତୀୟ ଜଳପଥ ଅନ୍ତର୍ଗତ ଲଳିତଗିରି - ଉଦୟଗିରି - ରତ୍ନଗିରି ଏବଂ ବୁଢ଼ାବଳଙ୍ଗ ନଦୀରେ ଯାଇଥିବା ଜାତୀୟ ଜଳପଥ ୨୩ ଅନ୍ତର୍ଗତ ବାଲେଶ୍ଵର ହିଡେନ ବିକୁ ନେଇ ୪ଟି ରିଭର କ୍ରୁଜ୍ ସର୍କିଟ୍ ତିଆରି କରିବାକୁ ଯୋଜନା ରଖିଛନ୍ତି କେନ୍ଦ୍ର ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe