କନକ ବ୍ୟୁରୋ: ସିଆରପିଏଫ୍ର ଲେଡି କମାଣ୍ଡରଙ୍କ ପ୍ରଶଂସନୀୟ କାର୍ଯ୍ୟ । ଦିଲ୍ଲୀ ମେଟ୍ରୋରେ ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚାଇ ବାଃ ବାଃ ସାଉଁଟିଲେ ସିଆରପିଏଫ୍ର ୨୭ ବର୍ଷୀୟା ମହିଳା ଏଏସଆଇ ଅଞ୍ଜଳୀ । ସୂଚନାମୁତାବକ, ଦିଲ୍ଲୀ ମେଟ୍ରୋରେ ହଠାତ୍ ଅଚେତ୍ ହୋଇପଡିଗଲେ ଜଣେ ୪୦ ବର୍ଷୀୟ ବ୍ୟକ୍ତି । ବ୍ୟକ୍ତିଙ୍କ ପଛରେ ଛିଡା ହୋଇଥିଲେ ଏଏସଆଇ ଅଞ୍ଜଳୀ । ଏହା ଦେଖି ତୁରନ୍ତ ସିପିଆର ଦେଇ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ ଅଞ୍ଜଳୀ ।
ଘଟଣାଟି ହେଉଛି ମଙ୍ଗବାର ସନ୍ଧ୍ୟା ସମୟର । ଏନେଇ ଅଞ୍ଜଳୀ କହିଛନ୍ତି ବ୍ୟକ୍ତି ଜଣଙ୍କ ଚେତାଶୂନ୍ୟ ହୋଇପଡିଗଲେ କିନ୍ତୁ ପାଖରେ ଥିବା ଲୋକ ଏହା ଦେଖୁଥାଆନ୍ତି କିନ୍ତୁ କେହି ଜଣେ ବ୍ୟକ୍ତିଙ୍କ ପାଖକୁ ଆସୁନଥାନ୍ତି । ତେବେ ଏହି ମହନୀୟତା କାର୍ଯ୍ୟ ପାଇଁ ସମସ୍ତେ ମହିଳା ଅଫିସରଙ୍କ ପ୍ରଶଂସା କରୁଛନ୍ତି । ୨୦୨୨ ରେ ସିଆରପିଏଫ୍ରେ ଭର୍ତ୍ତି ହୋଇଥିଲେ ଅଞ୍ଜଳୀ । ବର୍ତ୍ତମାନ ସେ ଜନ୍ତର ମନ୍ତରରେ ମୁତୟନ ଅଛନ୍ତି ।