ସ୍ତ୍ରୀ ଥିଲେ ପାକିସ୍ତାନୀ; ଚାକିରି ହରାଇଲେ ସିଆରପିଏଫ୍ ଯବାନ

ଭାରତର ଯବାନ, କିନ୍ତୁ ସ୍ତ୍ରୀ ତାଙ୍କର ପାକିସ୍ତାନୀ । ଯେଉଁ ଦେଶ ଆମ ଦେଶରେ ଆତଙ୍କବାଦ ଖେଳାଉଛି, ଆମ ନୀରିହ ଲୋକଙ୍କ ଜୀବନ ନେଉଛି । ସେହି ଦେଶର ଜଣେ ଝିଅକୁ ବାହା ହେବା, ଜଣେ ସିଆରପିଏଫ୍ ଯବାନଙ୍କ ପାଇଁ ମହଙ୍ଗା ପଡିଛି । ପାକିସ୍ତାନ ଉପରେ ଜଳ ପ୍ରହାର ଆଉ ବାୟୁ ପ୍ରହାର ଭଳି, ଏହି ସିଆରପିଏଫ୍ ଯବାନଙ୍କୁ ପଡ଼ିଛି ଛଟେଇ ପ୍ରହାର

ସ୍ତ୍ରୀ ଥିଲେ ପାକିସ୍ତାନୀ; ଚାକିରି ହରାଇଲେ ଯବାନ

ସ୍ତ୍ରୀ ଥିଲେ ପାକିସ୍ତାନୀ; ଚାକିରି ହରାଇଲେ ଯବାନ Photograph: (KanakNews )

କନକ ବ୍ୟୁରୋ: ଭାରତର ଯବାନ, କିନ୍ତୁ ସ୍ତ୍ରୀ ତାଙ୍କର ପାକିସ୍ତାନୀ । ଯେଉଁ ଦେଶ ଆମ ଦେଶରେ ଆତଙ୍କବାଦ ଖେଳାଉଛି, ଆମ ନିରୀହ ଲୋକଙ୍କ ଜୀବନ ନେଉଛି । ସେହି ଦେଶର ଜଣେ ଝିଅକୁ ବାହା ହେବା, ଜଣେ ସିଆରପିଏଫ୍ ଯବାନଙ୍କ ପାଇଁ ମହଙ୍ଗା ପଡିଛି । ପାକିସ୍ତାନ ଉପରେ ଜଳ ପ୍ରହାର ଆଉ ବାୟୁ ପ୍ରହାର ଭଳି, ଏହି ସିଆରପିଏଫ୍ ଯବାନଙ୍କୁ ପଡ଼ିଛି ଛଟେଇ ପ୍ରହାର । ବିନା ସୂଚନାରେ ପାକିସ୍ତାନୀ ସ୍ତ୍ରୀ ରଖିବା ଅଭିଯୋଗରେ ଚାକିରି ହରେଇଛନ୍ତି. ଜାମ୍ମୁକାଶ୍ମୀର ସିଆରପିଏଫ୍ ୪୧ ବାଟାଲିୟନର କନେଷ୍ଟବଳ ମୁନିର ଅହମ୍ମଦ ।

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଏବେ ପାକିସ୍ତାନୀଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଆଉ ଏତିକି  ବେଳେ ଏହି ଭାରତୀୟ ଯବାନଙ୍କ କଥା ସାମ୍ନାକୁ ଆସିଛି, ସିଆରପିଏଫରେ କାମ କରୁଥିବା ଏହି ଯବାନ ଜଣକ, ଜଣେ ପାକିସ୍ତାନୀ ଝିଅକୁ ଭିଡିଓ କନଫରେନ୍ସରେ ବାହା ହେଇଥିଲେ । ଆଉ ବିନା ଭିସାରେ ସେ ଭାରତରେ ରହୁଥିବା ନେଇ ଅଭିଯୋଗ ରହିଥିଲା । ଯେଉଁ କଥା ସାମ୍ନାକୁ ଆସିବା ପରେ ଏବେ ଚାକିରିରୁ ବାହାରିଛନ୍ତି ଏହି ଯବାନ ଜଣକ ।

ସିଆରପିଏଫରେ ଚାକିରି କରୁଥିବା ମୁନିରଙ୍କ କହିବା କଥା, ସେ ତାଙ୍କ ବାହାଘର ଖବର ତାଙ୍କ ଡିପାର୍ଟମେଣ୍ଟକୁ ଦେଇଥିଲେ । ଆଉ ଏହାର ଜରୁରିର ଡକ୍ୟୁମେଣ୍ଟ ମଧ୍ୟ ଦାଖଲ କରିଥିଲେ । ହେଲେ ତା ପରେ ବି, ତାଙ୍କ ସ୍ତ୍ରୀ ପାକିସ୍ତାନୀ ହେବା କାରଣରୁ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି । ତେବେ ଚାକିରିରୁ ବାହାରିବା ପରେ ମୁନିର ଅହମ୍ମଦ ଏବେ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି ଜଣାପଡିଛି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ସେ ନେହୁରା ହେବା ସହ ତାଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି ।

ମୁନିର ଅହମ୍ମଦଙ୍କ କହିବା କଥା, ୨୦୨୨ ମସିହାରେ ଡିପାର୍ଟମେଣ୍ଟର ଅନୁମତି ନେଇ ସେ ବାହା ହେଇଥିଲେ । ମେ ମାସ ୨୪ ତାରିଖରେ ଭିଡିଓ କନଫରେନ୍ସରେ ତାଙ୍କର ବାହାଘର ହେଇଥିଲା । ହେଲେ ଏବେ କିନ୍ତୁ ସେ ବିନା କୌଣସି ସୂଚନାରେ ପାକିସ୍ତାନୀ ଝିଅଙ୍କୁ ବାହା ହେଇଛନ୍ତି ବୋଲି କହି ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe