କନକ ବ୍ୟୁରୋ : ମାଓଗଡ଼ରୁ ଆସିଲା ରୋଚକ ଚିତ୍ର । କନ୍ୟାକୁ ବିଦାୟ ଜଣାଇଲେ ସିଆରପିଏଫ୍ ଯବାନ । କୁଖ୍ୟାତ ମାଓ ନେତା ହିଡମାଙ୍କ ଗାଁ ସୁକୁମା ଜିଲ୍ଲା ପୁବର୍ତୀ ଠାରେ ଜଣେ ଝିଅର ବାହାଘର ଅନୁଷ୍ଠିତ ହୋଇଥିଲା । ସମସ୍ତ ରୀତିନୀତି ପରେ ଝିଅ ବିଦାୟ ସମୟରେ ଗ୍ରାମବାସୀ ମାନେ ଯବାନଙ୍କ ଆଶୀର୍ବାଦ ନେବା ପାଇଁ ୧୫୦ ବାଟାଲିୟନର ଯବାନଙ୍କ କ୍ୟାମ୍ପ ନିକଟକୁ ନାଚି ନାଚି ଯାଇଥିଲେ । ସେଠାରେ ସିଆରପିଏଫ୍ ଅଧିକାରୀ ଓ ଯବାନ କ୍ୟାମ୍ପରୁ ବାହାରି କନ୍ୟାକୁ ଆଶୀର୍ବାଦ ସ୍ୱରୂପ କିଛି ଟଙ୍କା ପ୍ରଦାନ କରି ବନ୍ଦାପନା କରିଥିଲେ । ଯାହା ଫଳରେ ଗ୍ରାମବାସୀଙ୍କ ଗହଣରେ ଖୁସିର ଲହରୀ ଖେଳି ଯାଇଥିଲା । ଯବାନ ଗ୍ରାମବାସୀଙ୍କ ଏହି ସମ୍ପର୍କର ଭିଡିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।