କନକ ବ୍ୟୁରୋ: ପାକିସ୍ତାନୀ ଝିଅକୁ ବିବାହ କରି ଗୁପ୍ତ ରଖିଥିବାରୁ ସିଆରପିଏଫ ଯବାନ ମୁନୀର ଅହମ୍ମଦଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ମୁନୀର ସଂପୃକ୍ତ ଯୁବତୀଙ୍କୁ ବିବାହ କରିଥିଲେ ଓ ଭିସା ଅବଧି ସରିବା ପରେ ବି ତାଙ୍କୁ ଶରଣ ଦେଇଥିଲେ । ତଦନ୍ତବେଳେ ଜଣାପଡିଛି ଏହି ତଥ୍ୟକୁ ସେ ଗୁପ୍ତ ରଖିଥିଲେ  । ଏହା ଜାତୀୟ ସୁରକ୍ଷା ପ୍ରତି ବିପଦ ଥିଲା । ମୁନୀର ହେଉଛନ୍ତି ସିଆରପିଏଫର ୪୧ ବାଟାଲିୟନରେ କାର୍ୟ୍ୟରତ ଥିଲେ । ସୁରକ୍ଷା ପ୍ରତି ବିପଦ ଦର୍ଶାଇ ମୁନୀରଙ୍କୁ ତତକାଳ ପ୍ରଭାବରେ ଚାକିରୀରୁ ବରଖାସ୍ତ କରାଯାଇଛି । ତଦନ୍ତ ବେଳେ ଜଣାପଡିଛି, ସେ ଖାଲି ପାକିସ୍ତାନୀ ଝିଆକୁ ବିବାହ କରିଥିଲେ । ଆଉ ଭିସା ସରିବା ପରେ ବି ତାଙ୍କୁ ରଖିଥିଲେ । ଏହା ସେବା ନିୟମର ଉଲ୍ଲଙ୍ଗନ ଥିଲା ଓ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିଲା ।