କନକ ବ୍ୟୁରୋ;  କଟକ ବାଲିଯାତ୍ରାରେ ପ୍ରବଳ ଭିଡ ଯୋଗୁଁ ଆଜି ଠେଲାପେଲା ସ୍ଥିତି ସୃଷ୍ଟି ହୋଇଛି ।  ଏଥିରେ ୨ ଜଣ ଅଚେତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୫ ତାରିଖରେ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇଥିଲା । ଏହା ଗତକାଲି ସରିବାର ଥିଲା । ହେଲେ ସରକାର ଏହାକୁ ଆଜି ଆଉ ଗୋଟିଏ ଦିନ ପାଇଁ ବୃଦ୍ଧି କରିଥିଲେ ।  

Advertisment

ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଜି ବାଲିଯାତ୍ରାର ଶେଷ ଦିନ ପାଇଁ ଲୋକଙ୍କ ପ୍ରବଳ ଭିଡ ହୋଇଥିଲା ।  ଏହାଛଡା ପ୍ରସିଦ୍ଧ ବଲିଉଡ ସିଙ୍ଗର ଶ୍ରେୟା ଘୋଷାଲ ନାଇଟ ବି ଚାଲିଛି । ପ୍ରବଳ ଭିଡ ଯୋଗୁଁ  ଠେଲାପେଲା ହୋଇଛି । ଗତକାଲି  ବି ରାତିରେ ଦୋଳି ଅଟକିଯାଇଥିଲା । ଫଳରେ  ମଝି ଆକାଶରେ ୮ ଜଣ ଯାତ୍ରୀ ଫସିରହିଥିଲେ ।  ଅଗ୍ନିଶମ ବିଭାଗକୁ ଉଦ୍ଧାର ପାଇଁ କସରତ କରିବାକୁ ପଡିଥିଲା ।