କନକ ବ୍ୟୁରୋ: ରଙ୍ଗ ବେରଙ୍ଗର ପ୍ଲାଷ୍ଟିକ ଫୁଲରେ ଝଲସୁଛି ପୂଜା ବଜାର । ଲୋକଙ୍କ ଚାହିଦା ମୁତାବକ ପଶ୍ଚିମବଙ୍ଗରୁ ପ୍ଲାଷ୍ଟିକ ଫୁଲ କିଣି ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ । ଦକ୍ଷିଣ ଓଡ଼ିଶାର ବ୍ୟବସାୟୀକ ପେଣ୍ଠସ୍ଥଳ କୁହାଯାଉଥିବା ରେଶମ ସହର ବ୍ରହ୍ମପୁରରେ ପୂଜାର ମାହୋଲ ଦେଖିବାକୁ ମିଳିଲାଣି । ପୂଜା ସାମଗ୍ରୀ ଦୋକାନରେ ଗ୍ରାହକଙ୍କ ଭିଡ଼ ଲାଗିଲାଣି । ବିଶେଷକରି ପାର୍ବଣ ଋତୁରେ ପ୍ଲାଷ୍ଟିକ ଫୁଲର ଚାହିଦା ଅଧିକ ରହିଥାଏ । ପୂଜା ମଣ୍ଡପରେ ସାଜସଜ୍ଜା ସହ ଯାନବାହାନ ସାଜସଜାରେ ଏହି ସବୁ ପ୍ଲାଷ୍ଟିକ ଫୁଲର ବ୍ୟବହାର ହେଉଥିବାରୁ ଦୋକାନୀ ଏହାକୁ ଗଛିତ କଲେଣି।

Advertisment

ପାର୍ବଣ ସମୟ ଆସିଲେ ପ୍ରାୟ ୪୦୦ ରୁ ୫୦୦ ପ୍ରକାରର ପ୍ଲାଷ୍ଟିକ ଫୁଲ ଚେନ୍ନାଇ, ଦିଲ୍ଲୀ ଓ କୋଲକାତା ବଜାରରୁ ଆସିଥାଏ। ଵିଶେଷ କରି ୫ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ମୁଲ୍ୟର ଫୁଲ ବଜାରରେ ମିଳିଥାଏ। ଆଉ ଏହି ସବୁ ଫୁଲକୁ ଲୋକମାନେ ଘର ସାଜସଜ୍ଜା, ଦୋକାନପୂଜା ଓ ପୂଜା ମଣ୍ଡପକୁ ସଜେଇବାରେ ବହୁଳ ଭାବେ ବ୍ୟବହାର କରିଥାନ୍ତି। ଏହି ସବୁ ଫୁଲ ଯେ କେବଳ ବ୍ରହ୍ମପୁର ସହରରେ ବିକ୍ରି ହେଉଛି ତାହା ନୁହେଁ । ବ୍ରହ୍ମପୁର ମାର୍କେଟରୁ ହୋଲସେଲରେ ଆସିକା,ଭଞ୍ଜନଗର, କନ୍ଧମାଳ, ଗଜପତି ଆଦି ଅଞ୍ଚଳକୁ ଯାଇଥାଏ । ତେଣୁ ବ୍ୟବସାୟୀ ମାନେ ଏହି ସମୟରେ ପ୍ଲାଷ୍ଟିକ ଫୁଲ ବ୍ୟବସାୟ କରି ଭଲ ଦି ପଇସା ରୋଜଗାର କରିଥାନ୍ତି ।

ଚଳିତବର୍ଷ ପାର୍ବଣ ରୁତରେ ପାଗ ଠିକ ଥୁବାରୁ ଭଲ ବ୍ୟବସାୟ ହେବାର ଲକ୍ଷ ରଖିଛନ୍ତି ବ୍ୟବସାୟୀ ।