କନକ ବ୍ୟୁରୋ: ନୂଆବର୍ଷ ପାଇଁ ପୁରୀରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ହଜାର ହଜାର ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକ ପୁରୀକୁ ଆସୁଛନ୍ତି। ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ଏହି ଦୁଇ ଦିନ ପାଇଁ ଶ୍ରୀମନ୍ଦିରରେ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗାଯାଇଛି। ଏହି ଦୁଇ ଦିନ କେବଳ ସିଂହଦ୍ବାର ଦେଇ ଭକ୍ତ ପ୍ରବେଶ କରିବେ ଏବଂ ବାକି ତିନି ଦ୍ବାର ଦେଇ ବାହାରକୁ ଆସିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଭକ୍ତଙ୍କୁ ଏବେ ଚାରିଦ୍ବାର ଦେଇ ପ୍ରବେଶ ନିୟମ ରହିଥିଲେ ମଧ୍ୟ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଏଭଳି କଟକଣା ଜାରି କରାଯାଇଛି। ଭକ୍ତମାନେ ବଡଦାଣ୍ଡରେ ହୋଇଥିବା ବ୍ୟାରିକେଡ ଦେଇ ସିଂହଦ୍ବାରରେ ପ୍ରବେଶ କରିବେ। ସେପଟେ ଭିଡ଼ ନିୟନ୍ତ୍ରଣ ପାଇଁ ଟ୍ରାଫିକ କଟକଣା ଜାରି କରିଛି ପୁଲିସ ପ୍ରଶାସନ। ପୁରୀକୁ ଆସୁଥିବା ଭକ୍ତ କେଉଁ ରାସ୍ତା ଦେଇ ଯିବେ, କେଉଁଠି ପାର୍କିଂ କରିବେ ସେନେଇ ରୁଟ୍ ଚାର୍ଟ ଜାରି ହୋଇଛି।