ଛାଡଖାଇ ପାଇଁ ଆମିଷ ବଜାରରେ ଭିଡ଼: ରୋହି ମାଛ ୨୦୦ରୁ ଅଢ଼େଇଶ, ଇଲିସି – ୧୮୦୦, କଙ୍କଡ଼ା ୧୨୦୦ ଟଙ୍କାରେ ବିକ୍ରି

କାର୍ତ୍ତିକ ପୂର୍ଣ୍ଣିମା ପରେ ଗୁରୁବାର ପଡିଥିବାରୁ ଗତକାଲି ଆମିଷ ବଜାର ପୁରା ଫିକା ପଡିଥିଲା । ଆଜି ଶୁକ୍ରବାର ହୋଇଥିବାରୁ ଆମିଷ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

14

ChadaKhai Photograph: (kanaknews)

କନକ ବ୍ୟୁରୋ: ଛାଡଖାଇ ପାଇଁ ଆମିଷ ବଜାରରେ ଭିଡ଼ । କାର୍ତ୍ତିକ ପୂର୍ଣ୍ଣିମା ପରେ ଗୁରୁବାର ପଡିଥିବାରୁ ଗତକାଲି ଆମିଷ ବଜାର ପୁରା ଫିକା ପଡିଥିଲା । ଆଜି ଶୁକ୍ରବାର ହୋଇଥିବାରୁ ଆମିଷ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଭୁବନେଶ୍ବର, କଟକ ସମେତ ରାଜ୍ୟରେ ବିଭିନ୍ନ ଆମିଷ ବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟି ରଖି ମାର୍କେଟରେ ମଟନ, ଚିକେନ୍ , ମାଛ , ଚିଙ୍ଗୁଡି ଆଦି ବିଭିନ୍ନ ପ୍ରକାରର ଆମିଷ ବିକ୍ରି ହେଉଛି । କାର୍ତ୍ତିକ ମାସରେ ହବିଷ ବ୍ରତ କରିଥିବା ଲୋକ ଆଜି ଆମିଷ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି । ଚାହିଦା ଅନୁସାରେ ଆଜି ଦାମ୍ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ରହିଛି । ସକାଳୁ ସକାଳୁ ଭୁବନେଶ୍ବର ସ୍ଥିତ ୪ନମ୍ବର ମାର୍କେଟରେ ଲାଗିଛି ନାହିଁ ନଥିବା ଭିଡ ।

ଆଜିଠୁ ରୋଡ୍‌ କଂଗ୍ରେସର ମହାକୁମ୍ଭ, ଯୋଗଦେବେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ

କାର୍ତ୍ତିକ ମାସ ପାଇଁ ଦୀର୍ଘ ମାସେ ହେବ ଲୋକେ ଆମିଷ ଛାଡିଥିଲେ । କାର୍ତ୍ତିକ ମାସକୁ ଏକ ଧାର୍ମିକ ମାସ ଭାବେ ଲୋକେ ମାନୁଥିବାରୁ ଏହି ମାସରେ ଲୋକେ ଆମିଷଠାରୁ ଦୂରରେ ରହିଥାନ୍ତି । ଧର୍ମ ମାସରେ ଠାକୁରଙ୍କ ଶରଣରେ ରହି ପୂନ୍ୟ ଅର୍ଜନ କରିଥାନ୍ତି । ଆଉ କାର୍ତ୍ତିକ ମାସ ପରେ ପାଳନ ହୋଇଥାଏ ଛାଡ଼ଖାଇ । କାର୍ତ୍ତିକ ପୂର୍ଣ୍ଣିମାର ପରଦିନକୁ ଛାଡ଼ଖାଇ ଭାବେ ପାଳନ କରାଯାଏ । କିନ୍ତୁ ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଗୁରୁବାର ପଡ଼ୁଥିବାରୁ ଲୋକେ ଛାଡ଼ଖାଇ ପାଳନ କରିପାରିନଥିଲେ । ଆଜି ଯେହେତୁ ଶୁକ୍ରବାର ତେଣୁ ଆଜି ଆମିଷ ବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe