କନକବ୍ୟୁରୋ: ବ୍ରହ୍ମପୁର-ଟାଟାନଗର ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନ୍‌ର ଟ୍ରାଏଲ ରନ୍ । ସେପ୍ଟେମ୍ବର ୧୫ ତାରିଖରୁ ବ୍ରହ୍ମପୁର - ଟାଟାନଗର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ। ଲୋକାର୍ପଣ ପୂର୍ବରୁ ଏହି ମାର୍ଗରେ ଆଜି ଟ୍ରାଏଲ ରନ କରାଯାଇଛି । ଟ୍ରେନ ଟି କେନ୍ଦୁଝର ଷ୍ଟେସନରେ ୮ଟା ୫୮ରେ ପହଞ୍ଚି ୯ଟା ୪ମିନିଟରେ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିଥିଲା। ଟାଟା ନଗର-ବ୍ରହ୍ମପୁର ମଧ୍ୟରେ ଚଳାଚଳ କରିବାକୁ ଥିବା ବନ୍ଦେ ଭାରତ ଟ୍ରେନର ଟ୍ରାଏଲ ରନ୍‌ ବେଳେ ଟ୍ରେନ ଟିକୁ ଦେଖିବାପାଇଁ ଅନେକ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା।