ଆସୁଛି ପର୍ଯ୍ୟଟନର ଋତୁ: ଜମିବ ଭୋଜିଭାତର ଆସର, ନୟାଗଡ ଜିଲ୍ଲାର ଓସ୍ତଆମାଳ ଅଂଚଳରେ ଗହଳି

Advertisment

ଆସୁଛି ପର୍ଯ୍ୟଟନର ଋତୁ। ବଣଭୋଜି ପାଇଁ ମନଲାଖି ସ୍ଥାନଟିଏ ଖୋଜିବେ ପର୍ଯ୍ୟଟକ । କେଉଁ ସ୍ଥାନରେ ମନୋରଂଜନ ପାଇଁ କଣ ଅଛି, ଗମନାଗମନର ସୁବିଧା କଣ ଅଛି ଏହାକୁ ନେଇ ଆଲୋଚନା।

ଆସୁଛି ପର୍ଯ୍ୟଟନର ଋତୁ। ବଣଭୋଜି ପାଇଁ ମନଲାଖି ସ୍ଥାନଟିଏ ଖୋଜିବେ ପର୍ଯ୍ୟଟକ । କେଉଁ ସ୍ଥାନରେ ମନୋରଂଜନ ପାଇଁ କଣ ଅଛି, ଗମନାଗମନର ସୁବିଧା କଣ ଅଛି ଏହାକୁ ନେଇ ଆଲୋଚନା।

wdwd

କନକ ବ୍ୟୁରୋ: ଆସୁଛି ପର୍ଯ୍ୟଟନର ଋତୁ। ବଣଭୋଜି ପାଇଁ ମନଲାଖି ସ୍ଥାନଟିଏ ଖୋଜିବେ ପର୍ଯ୍ୟଟକ । କେଉଁ ସ୍ଥାନରେ ମନୋରଂଜନ ପାଇଁ କଣ ଅଛି, ଗମନାଗମନର ସୁବିଧା କଣ ଅଛି ଏହାକୁ ନେଇ ଆଲୋଚନା। ସେମିତି ଏକ ଜାଗା ହେଉଛି ନୟାଗଡ ଜିଲ୍ଲାର ବରକନ୍ୟା ଝରଣା। 

ଆସୁଛି ପର୍ଯ୍ୟଟନ ଋତୁ । ବିଭିନ୍ନ ପର୍ଯ୍ୟଟନସ୍ଥଳରେ ଲାଗିବ ପର୍ଯ୍ୟଟକଙ୍କ ଭିଡ଼ । ଏମିତି ଏକ ପର୍ଯ୍ୟଟନ ସ୍ଥଳୀ ହେଉଛି ନୟାଗଡର ଓସ୍ତଆମାଳରେ ଥିବା ବରକନ୍ୟା ଝରଣା । ମନୋରମ ପରିବେଶ ଭିତରେ ଏହି ଝରଣାର କୁଳୁକୁଳୁ ନାଦ ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତି କରୁଛି । ବଣଜଙ୍ଗଲ ଘେରା ସବୁଜିମା ଭିତରେ ଝରଣାର ସୌନ୍ଦର୍ଯ୍ୟ ପ୍ରକୃତିର ସୌନ୍ଦର୍ଯ୍ୟକୁ ଯେମତି ଆହୁରି ଦୁଇ ଗୁଣିତ କରୁଛି । ଅସ୍ତିତ୍ୱ ହରାଇଥିବା ଏହି ସ୍ଥାନ ଏବେ ଲୋକଲୋଚନକୁ ଆସିଥିବା ବେଳେ ଦୂରଦୂରାନ୍ତରୁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼ । 

ରାଜ୍ୟ ସରକାରଙ୍କ ତରଫରୁ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ ୪ କୋଟି ୨୭ ଲକ୍ଷ ଟଙ୍କା ମଂଜୁର କରାଯାଇଛି। ମୁଖ୍ୟ ରାସ୍ତାରୁ ଝରଣା ପର୍ଯ୍ୟନ୍ତ ଯିବା ପାଇଁ  ରାସ୍ତା ନିର୍ମାଣ କରାଯିବା ସହ ପାହାଡ ଚଢିବା ପାଇଁ ପାହାଚ ମଧ୍ୟ ତିଆରି କରାଯାଇଛି। ପର୍ଯ୍ୟଟକଙ୍କ ରହଣି ପାଇଁ କଟେଜ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଛି।  ଧିରେ ଧିରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି । 

ମନୋରମ ପରିବେଶ ଭିତରେ ରହିଥିବା ଏହି ପର୍ଯ୍ୟଟନସ୍ଥଳୀ ଉପରେ ବିଶେଷ ଗୁରୁତ୍ୱ ଦିଆଗଲେ ଆଗକୁ ଆହୁରି ପର୍ଯ୍ୟଟକଙ୍କ ଭିଡ ଜମିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe