କନକ ବ୍ୟୁରୋ: ଆଜି ଛାଡ଼ଖାଇ, ମାସକର ଧର୍ମ ମାସ ପରେ ଜମିବ ଆମିଷ ଆସର । ସକାଳୁ ସକାଳୁ ୟୁନିଟ-୪ ସମେତ ବିଭିନ୍ନ ଆମିଷ ମାର୍କେଟରେ ଜମିଲାଣି ଗ୍ରାହକଙ୍କ ଭିଡ଼ । ଗତକାଲି ଶନିବାର ଓ ସଂକ୍ରାନ୍ତି କାରଣରୁ ଆମିଷ ବଜାର ଉପରେ ଏହାର ପ୍ରଭାବ ପଡ଼ିଥିଲା, କାଁ ଭାଁ ଗ୍ରାହକ ବଜାରକୁ ଯାଇ ଆମିଷ କ୍ରୟ କରିଥିଲେ । ଆଜି ରବିବାର ହୋଇଥିବା କାରଣରୁ ଆମିଷ ବଜାରରେ ସକାଳୁ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସେପଟେ ଗ୍ରାହକଙ୍କ ଚାହିଦା ଅନୁଯାୟୀ, ପର୍ଯ୍ୟାପ୍ତ ପରିମାଣର ଛେଳି, କୁକୁଡା, ମାଛ, କଙ୍କଡ଼ା ଇତ୍ୟାଦି ମହଜୁଦ ରହିଥିବା ବ୍ୟବସାୟୀ ମାନେ କହିଛନ୍ତି ।
ଆଜି ଜମିବ ଆମିଷ ଆସର; ସକାଳୁ ସକାଳୁ ମାଛ ବଜାରରେ ପ୍ରବଳ ଭିଡ
ଆଜି ଛାଡ଼ଖାଇ, ଧର୍ମ ମାସ ପରେ ଜମିବ ଆମିଷ ଆସର । ରବିବାର ସକାଳୁ ସକାଳୁ ଆମିଷ ମାର୍କେଟରେ ଗ୍ରାହକଙ୍କ ଭିଡ଼ । ଗତକାଲି ସଂକ୍ରାନ୍ତି କାରଣରୁ ଫିକା ପଡ଼ିଥିଲା ଛାଡ଼ଖାଇ ।