ଆଇଫୋନ୍ ୧୬ କିଣିବାକୁ ରାତିରୁ ଲାଗିଛି ଲମ୍ବା ଲାଇନ୍ । ଜାଣନ୍ତୁ ଏହାର ମୂଲ୍ୟ କେତେ ଏବଂ କଣ ରହିଛି ଫିଚର୍ସ

Advertisment

ଆଜି ଭାରତରେ ଲଞ୍ଚ ହେଲା ଆଇଫୋନ୍ ୧୬ ସିରିଜ୍ । ଆଇଫୋନ୍ ୧୬ ମ୍ୟାକ୍ସ ପ୍ରୋ କିଣିବା ପାଇଁ ରାତିରୁ ଲୋକେ ଧାଡିରେ ଛିଡା ହୋଇଥିବା ଦେଖିବାକୁ ମିଳିଛି । ସକାଳୁ ସକାଳୁ ଲମ୍ବା ଧାଡି ଦେଖିବାକୁ ମିଳିଛି । ଘଣ୍ଟା ଘଣ୍ଟା ଧରି ଅପେକ୍ଷା ପରେ ଫୋନ୍ କିଣିନେଉଛନ୍ତି ଲୋକେ । ଏପରିକି ଜଣେ ବ୍ୟକ୍ତି ୨୧ଘଣ୍ଟା ହେବ ଧାଡିରେ ଛିଡା ହେବା ପରେ ଫୋନ୍ କିଣିଛନ୍ତି ।

Updated On

ଅଦ୍ୟତନ ହୋଇଛି
IPhone

କନକ ବ୍ୟୁରୋ : ଆଜି ଭାରତରେ ଲଞ୍ଚ ହେଲା ଆଇଫୋନ୍ ୧୬ ସିରିଜ୍ । ଆଇଫୋନ୍ ୧୬ ମ୍ୟାକ୍ସ ପ୍ରୋ କିଣିବା ପାଇଁ ରାତିରୁ ଲୋକେ ଧାଡିରେ ଛିଡା ହୋଇଥିବା ଦେଖିବାକୁ ମିଳିଛି । ସକାଳୁ ସକାଳୁ ଲମ୍ବା ଧାଡି ଦେଖିବାକୁ ମିଳିଛି । ଘଣ୍ଟା ଘଣ୍ଟା ଧରି ଅପେକ୍ଷା ପରେ ଫୋନ୍ କିଣିନେଉଛନ୍ତି ଲୋକେ । ଏପରିକି ଜଣେ ବ୍ୟକ୍ତି ୨୧ଘଣ୍ଟା ହେବ ଧାଡିରେ ଛିଡା ହେବା ପରେ ଫୋନ୍ କିଣିଛନ୍ତି । ଗତକାଲି ସକାଳ ୧୧ଟାରୁ ଆସି ଆପଲ ଷ୍ଟୋର ଆଗରେ ଧାଡିରେ ଛିଡା ହୋଇ ରହିଥିଲେ । ତେବେ ଆଇଫୋନ୍ ୧୬ ମ୍ୟାକ୍ସ ପ୍ରୋର ମୂଲ୍ୟ କେତେ ରହିଛି ଏବଂ ଏହାର ଫିଚର୍ସ କଣ କଣ ରହିଛି ଆସନ୍ତୁ ଜାଣିବା । 

ଆଇଫୋନ୍ ୧୬ ଏବଂ ଆଇଫୋନ୍ ୧୬ ପ୍ଲସକୁ ୫ଟି କଲର ଅଲଟ୍ରାମେରିନ୍, ଟିଏଲ୍, ପିଙ୍କ୍, ବ୍ଲୁ ଏବଂ ହ୍ୱାଇଟ କଲରରେ ଲଞ୍ଚ କରାଯାଇଛି । ଏଥିରେ ୧୨୮ଜିବି, ୨୫୬ଜିବି, ୫୧୨ ଜିବି ଷ୍ଟୋରେଜର ଅପସନ୍ ମିଳୁଛି । ଆଇଫୋନ୍ ୧୬ ସିରିଜ୍ ୭୯.୦୦୦ଟଙ୍କାରୁ ଆରମ୍ଭ ହେଉଛି । ଏବଂ ଆଇଫୋନ୍ ୧୬ ପ୍ଲସ୍ ସିରିଜ୍ ୮୯, ୯୦୦ରୁ ଆରମ୍ଭ ହେଉଛି । ସେହିପରି ଆଇଫୋନ୍ ୧୬ ପ୍ରୋ ୧୨୮ଜିବିର ଷ୍ଟୋରେଜର କିଣିଲେ ୧ଲକ୍ଷ ୧୯ହଜାର ୯୦୦ ଟଙ୍କା, ଆଇଫୋନ୍ ୧୬ ପ୍ରୋ ମ୍ୟାକ୍ସ (୨୫୬ଜିବି) ୧,୪୪,୯୦୦ ଟଙ୍କାରୁ ଆରମ୍ଭ ହେଉଛି । ଫିଚର୍ସର କଥା କହିଲେ ଆଇଫୋନ୍ ୧୬ରେ ଆପଣଙ୍କୁ ୬.୧ ଇଞ୍ଚ ଏବଂ ଆଇଫୋନ୍ ୧୬ ପ୍ଲସରେ ୬.୭ଇଞ୍ଚ ଡିସପ୍ଲେ ମିଳୁଛି । ସବୁଠୁ ବଡ କଥା ହେଉଛି ଆଇଫୋନ୍ ୧୬ ସିରିଜରେ ଏ-୧୮ ଚିପସେଟ୍ ଦିଆଯାଇଛି । କମ୍ପାନୀ ଦାବି କରିଛି କି, ଏହି ଫୋନ୍ ଖାଲି ଅନ୍ୟ ମୋବାଇଲକୁ ନୁହେଁ ବଂର ଅନେକ ଡେସ୍କଟପକୁ ବି ଟକ୍କର ଦେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe