କନକ ବ୍ୟୁରୋ : ଦୀପାବଳି ପାଇଁ ସାକ୍ଷୀଗୋପାଳ ବୀରଗୋବିନ୍ଦପୁରର ମା ଦକ୍ଷିଣ କାଳୀଙ୍କ ପୀଠରେ ଭକ୍ତଙ୍କ ଭିଡ । ମା କାଳୀଙ୍କ ଦର୍ଶନ ପାଇଁ ଅପେକ୍ଷାରତ ଶହ ଶହ ଭକ୍ତ । ଗୁପ୍ତ ପୂଜା ପରେ ରାଜ ରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା’ କାଳୀ । ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବୀରଗୋଵିନ୍ଦ ପୁରରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ସେପଟେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମା’ଙ୍କ ବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ମାଆଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଇଛି । ସେପଟେ ଯାଜପୁରରେ ମଧ୍ୟ ମାଆ କାଳୀଙ୍କ ପୂଜା ଧୁମଧାମରେ ଆରମ୍ଭ ହୋଇଛି ।
ଦୀପାବଳି ପାଇଁ ପୁରୀ ବୀରଗୋବିନ୍ଦପୁରର ମା’ ଦକ୍ଷିଣକାଳୀଙ୍କ ପୀଠରେ ଭିଡ । ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଲେ ମା କାଳୀ ।
ଦୀପାବଳି ପାଇଁ ସାକ୍ଷୀଗୋପାଳ ବୀରଗୋବିନ୍ଦପୁରର ମା’ ଦକ୍ଷିଣ କାଳୀଙ୍କ ପୀଠରେ ଭିଡ । ଶହ ଶହ ଶ୍ରଦ୍ଧାଳୁ ଧାଡିରେ ଆସି ମାଆଙ୍କ ଦର୍ଶନ କରି ନେଲେ ଆଶୀର୍ବାଦ । ଗୁପ୍ତ ପୂଜା ପରେ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା କାଳୀ ।