କନକ ବ୍ୟୁରୋ, ଆଜି ହେଉଛି ଅକ୍ଷୟ ତୃତୀୟା । ଆଜିର ଦିନରେ ଅକ୍ଷି ମୁଠି ଅନୁକୁଳ ହେବାର ପରମ୍ପରା ରହିଛି । ପରମ୍ପରା ଅନୁସାରେ ମାଟି ମା ଓ ମହାଲକ୍ଷ୍ମୀଙ୍କୁ ପୂଜା କରିବାର ବିଧି ରହିଛି । ସେହିପରି ବିଶ୍ୱାସ ରହିଛି ଆଜିର ଦିନରେ ସୁନା କିଣିଲେ ଶୁଭ ବୋଲି ବିଶ୍ୱାସ ରହିଛି । ସୁନାଦର ଅଧିକ ଥିଲେ ମଧ୍ୟ ବ୍ରହ୍ମପୁର ଓ ଭୁବନେଶ୍ୱରର ବିଭିନ୍ନ ଦୋକାନରେ ଭିଡ଼ ଜମିଛି ।
ପବିତ୍ର ଅକ୍ଷୟ ତୃତୀୟାର ଶୁଭ ତିଥିରେ ସୁନା କିଣିଲେ ଘରକୁ ସମୃଦ୍ଧି ଆସେ ବୋଲି ବିଶ୍ୱାସ ରହିଛି । ସୁନାଦର ଅଧିକ ଥିବା ସତ୍ତ୍ୱେ ଆଜି ସୁନା ଦୋକାନରେ ଭିଡ଼ ଦେଖିବାକୁ ମିଳିଛି । ସୁନା ଦର ୯୦ହଜାର ପାଖାପାଖି ଥିବା ବେଳେ ଆଜି ଭୁବନେଶ୍ୱର ଓ ବ୍ରହ୍ମପୁରର ବିଭିନ୍ନ ସୁନା ଦୋକାନରେ ଭିଡ଼ ଦେଖିବାକୁ ମିଳିଛି । ବ୍ୟବସାୟର ପେଣ୍ଠସ୍ଥଳୀ କୁହାଯାଉଥିବା ବ୍ରହ୍ମପୁରର ବିଭିନ୍ନ ସୁନା ଦୋକାନରେ ଗହଳି ଜମିଛି । ପୂର୍ବ ବର୍ଷ ତୁଳନାରେ ଏଥର କମ ସୁନା କିଣୁଛନ୍ତି ଲୋକ । ଯାହାଦ୍ୱାରା ସୁନା ବ୍ୟବସାୟ ଟିକିଏ ମାନ୍ଦା ରହିଛି ।
ଅକ୍ଷୟତୃତୀୟା ପାଇଁ ବଜାରରେ ଆଜି ପ୍ରବଳ ଭିଡ଼ । ଆଜିର ଦିନରେ ଯେ କୌଣସି ଧାତୁ ଘରକୁ କିଣିନେଲେ ଶୁଭ ହୋଇଥାଏ । ସୁନା କିଣିବା ସମସ୍ତଙ୍କ ପାଇଁ ସମ୍ଭବ ବି ନୁହେଁ, ତେଣୁ କିଏ ରୂପା ତ କିଏ କଂସା ବାସନ କିଣି ନେଉଛନ୍ତି । କେବଳ ସେତିକି ନୁହେଁ କିଏ କିଏ ନୂତନ ବସ୍ତ୍ର ମଧ୍ୟ କିଣୁଥିବାର ଦେଖିବାକୁ ମିଳିଛି ।