ଉପରାଷ୍ଟ୍ରପତିଙ୍କ ନିର୍ବାଚନରେ କ୍ରସ୍ ଭୋଟିଂ ! ; କଲା କିଏ?

ସି.ପି ରାଧାକ୍ରିଷ୍ଣନ ଦେଶର ନୂଆ ଉପରାଷ୍ଟ୍ରପତି  । ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କୁ ମିଳିଲା ୪୫୨ ଭୋଟ୍ ।  ବିଜୟ ପରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି । କିଏ କଲା କ୍ରସ୍‌ ଭୋଟିଂ, ବଢ଼ିଲା ଚର୍ଚ୍ଚା ।

4

କନକ ବ୍ୟୁରୋ: ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ ୪୫୨ ଭୋଟ୍ ସହ ବିଜୟୀ ହେବା ପରେ, କ୍ରସ୍‌ ଭୋଟିଂକୁ ନେଇ ବଢ଼ିଲା ଚର୍ଚ୍ଚା । ଆକଳନ କରାଯାଉଥିଲା, ଏନଡିଏ ପାଖରେ ଅଛନ୍ତି ୪୨୭ ସାଂସଦ । ତେବେ ଅତି ଆଶ୍ଚର୍ଯ୍ୟଜନକ ଭାବେ ରାଧାକ୍ରିଷ୍ଣନ ପାଇଥିଲେ ୪୫୨ ଭୋଟ୍‌ । ଇଣ୍ଡି ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ମିଳିଛି ମାତ୍ର ୩୦୦ ଭୋଟ୍ । ତେବେ ଏହା କେମିତି ସମ୍ଭବ ହେଲା? ବିରୋଧୀ ପକ୍ଷଙ୍କ ଏଭଳି ଆକଳନଠୁ ଯଥେଷ୍ଟ ଦୁର୍ବଳ ପ୍ରଦର୍ଶନ ପଛର କାରଣ କଣ? 

ଯାହା ଚର୍ଚ୍ଚା ହେଉଛି- ବିରୋଧୀ କ୍ୟାମ୍ପରୁ ବହୁ ସାଂସଦ ସିକ୍ରେଟ୍ ବାଲଟରେ ଏନଡିଏ ପ୍ରାର୍ଥୀଙ୍କୁ ଲୁଚାଛପା ସମର୍ଥନ ଦେଇ ଖେଳ ବିଗାଡ଼ି ଥାଇପାରନ୍ତି । ଯେହେତୁ ଉପରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହ୍ବିପ୍ କାର୍ଯ୍ୟ କରିନଥାଏ, ତେଣୁ ସେମାନେ ରାଧାକ୍ରିଷ୍ଣନଙ୍କୁ ଭୋଟ୍ ଦେଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଅନୁସାରେ, ଅତିକମରେ ୧୩ ଜଣ ସାଂସଦ କ୍ରସ୍ ଭୋଟିଂ କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ନୂଆ ଉପରାଷ୍ଟ୍ରପତି ନିର୍ବାଚିତ ହେବା ପରେ ସିପି ରାଧାକ୍ରିଷ୍ଣନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଧାକ୍ରିଷ୍ଣନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ବହୁ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ନବ ନିର୍ବାଚିତ ଉପରାଷ୍ଟ୍ରପତିଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe