କନକ ବ୍ୟୁରୋ : ଗରମ ଗୁଳୁଗୁଳିରେ ଆଉଟୁ ପାଉଟୁ ଯାତ୍ରୀ । ନା ଅଛି ବସିବା ପାଇଁ ସ୍ଥାନ, ନା ଅଛି ପିଇବା ପାଣି ସୁବିଧା । ଶୌଚାଳୟରେ ଝୁଲୁଛି ତାଲା । ଏଭଳି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱରରେ ନିର୍ମିତ ନୂତନ ବସଷ୍ଟାଣ୍ଟରେ ।  ନୂତନ କୋଠା ଭିତରେ ଦୁଇଚକିଆ ଯାନ ପାର୍କିଂ ହୋଇଥିବା ବେଳେ ବାହାରେ ଚଟାଣରେ ବସିଛନ୍ତି ଯାତ୍ରୀ । ବସଷ୍ଟାଣ୍ଡ ବିଲ୍‌ଡିଂକୁ ଦୁଇ ବସ୍‌ ମାଲିକ ସଂଘ ଅଧା ଅଧା କରି ନିଜ ଦଖଲରେ ରଖିଛନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Advertisment

ବସଷ୍ଟାଣ୍ଡ  ନିର୍ମାଣରେ ଖର୍ଚ୍ଚ ହୋଇଛି ୯ କୋଟି ୭୩ ଲକ୍ଷ ଟଙ୍କା । ୨୦୨୧ରୁ କାମ ଆରମ୍ଭ ହୋଇ ୨୦୨୩ରେ ବାଲେଶ୍ବର ପୌରପାଳିକାକୁ ହସ୍ତାନ୍ତର କରାଯାଇସାରିଛି । କିନ୍ତୁ ଆଜି ଯାଏଁ ଉଦଘାଟନ ହୋଇପାରିନି । ଦୁଇ ବସ୍‌ ମାଲିକ ସଂଘ ମଧ୍ୟରେ ବିବାଦ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ।

କେବେ ହେବ ସମସ୍ୟାର ସମାଧାନ, କେବେ ଯାତ୍ରୀଙ୍କୁ ମିଳିବ ସବୁ ସୁବିଧା ତାହା ଦେଖିବାର କଥା।