ମିଥ୍ୟା ବିଲ ଓ ଜାଲ ଦସ୍ତଖତ କରି କୋଟି କୋଟି ଟଙ୍କା ଅତ୍ମସାତ । ପିଇଓ ସୁରେନ୍ଦ୍ର ଭତ୍ରା ଫେରାର, ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ସରକାରୀ ଟଙ୍କା ଆତ୍ମସାତ ନେଇ ପିଇଓଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । କୋଟି କୋଟି ଟଙ୍କା ହଡ଼ପ ନେଇ ପିଇଓଙ୍କ ବିରୋଧରେ ଥାନାରେ ଏତଲା ।

18

କନକ ବ୍ୟୁରୋ : ସରକାରୀ ଟଙ୍କା ଆତ୍ମସାତ ନେଇ ପିଇଓଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ । କୋଟି କୋଟି ଟଙ୍କା ହଡ଼ପ ନେଇ ପିଇଓଙ୍କ ବିରୋଧରେ ଥାନାରେ ଏତଲା । ନବରଙ୍ଗପୁର ରାଇଘର ବ୍ଲକ ତୁରୁଡ଼ିହି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେନ୍ଦ୍ର ଭତ୍ରାଙ୍କ ନାଁରେ ଆସିଛି ଏଭଳି ଅଭିଯୋଗ । ନଭେମ୍ବର ୨୦୨୪ ପୂର୍ବରୁ ବିଭିନ୍ନ ଉନ୍ନୟନ କାର୍ୟ୍ୟ ହୋଇଥିବା ଦର୍ଶାଇ ଲକ୍ଷାଧିକ ଟଙ୍କା ହଡପ କରିଛନ୍ତି। ଏହାଛଡ଼ା ଜାଲ ଦସ୍ତଖତ କରି ସରକାରୀ ଆକାଉଣ୍ଟରୁ ନିଜ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିବା ମଧ୍ୟ ଅଭିଯୋଗ ହୋଇଛି । 

ସରକାରୀ ଟଙ୍କାରେ ଘର ଓ ଗାଡି କଣିବା ସହ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି । ରିଲ୍ସ କରୁଛନ୍ତି, ଟଙ୍କା ଉଡ଼ାଉଛନ୍ତି । ସରକାରୀ ତହବିଲରୁ ଟଙ୍କା ହଡପ ଘଟଣା ସାମ୍ନାକୁ ଆସିବା ପରେ ରାଇଘର ବିଡ଼ିଓ ଲକ୍ଷ୍ମୀ ସାଗର ମାଝୀ ଥାନାରେ ଏତଲା ଦେଇଛନ୍ତି । ଏହାପରେ ୩ଟି ପଞ୍ଚାୟତର ସରପଞ୍ଚ ମଧ୍ୟ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ପିଇଓଙ୍କ ନାଁରେ ଅଭିଯୋଗର ଫର୍ଦ୍ଦ ବଢୁଥିବା ବେଳେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe