କନକ ବ୍ୟୁରୋ : ରାଉରକେଲା ସରକାରୀ ହସ୍ପିଟାଲରେ ବ୍ୟାପକ ଦୁର୍ନୀତି । ହାଉସ କିପିଂ ଏଜେଣ୍ଟ ସହ ଆଟେଣ୍ଡାଣ୍ଟ ଓ ସିକ୍ୟୁରିଟି ସର୍ଭିସ ଆଳରେ କିଭଳି କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି ତାର ଦସ୍ତାବିଜ୍‌ ଲାଗିଛି କନକ ନ୍ୟୁଜ୍‌ ହାତରେ । ଅଡିଟ ରିପୋର୍ଟରେ ସିଧାସଳଖ ଦୁର୍ନୀତି ନେଇ ପ୍ରମାଣ ମିଳିଛି । ରୋଗୀସେବା ନାଁରେ ଆଉଟ ସୋର୍ସିଙ୍ଗ ସଂସ୍ଥା କୋଟି କୋଟି ଟଙ୍କା ଚଳୁ କରିଥିବା ଜଣାପଡ଼ିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍‌ ।

Advertisment

ସରକାରୀ ହସ୍ପିଟାଲରେ ଆଉଟ ସୋର୍ସିଙ୍ଗ ସଂସ୍ଥାର ମନମାନି । କନକ ନ୍ୟୁଜ୍‌ ହାତରେ ଲାଗିଛି ଦୁର୍ନିତୀର ଦସ୍ତାବିଜ୍‌ । ମନଇଚ୍ଛା ବିଲ କରି କୋଟିକୋଟି ଟଙ୍କା ଆତ୍ମାସାତ ହୋଇଛି । ସିକ୍ୟୁରିଟି ଗାର୍ଡ, ଆଟେଣ୍ଡାଣ୍ଟ ଓ ହାଉସ କିପିଂ ଆଳରେ ୧୫ କୋଟି ଖାଇ ଦେଇଛି ଆଉଟସୋର୍ସିଙ୍ଗ ସଂସ୍ଥା । ଶାରଳା ସିକ୍ୟୁରିଟି ସର୍ଭିସ, ଆଟେଣ୍ଡାଣ୍ଟ ପାଇଁ ଏଲ୍‌ ଏଣ୍ଡ କେ ସର୍ଭିସ ଏବଂ ହାଉସ କିପିଂ ପାଇଁ ପାରିତୋଷ ସର୍ଭିସ ନାମରେ ହେଉଥିଲା ବିଲ ।

ରାଉରକେଲା ସରକାରୀ ହସ୍ପିଟାଲର ମହାଦୁର୍ନୀତି । ଅଧିକ ସଂଖ୍ୟାରେ ନିଯୁକ୍ତି ଆଳରେ କେମିତି ହୋଇଛି ଠକେଇ ତାର ସତ କାଢ଼ିଛି ଅଡିଟ୍‌ ରିପୋର୍ଟ ।

ଶାରଳା ସିକ୍ୟୁରିଟି ସର୍ଭିସ, ସୁପର ଭାଇଜର ଓ ସିକ୍ୟୁରିଟି ଗାର୍ଡ ନିଯୁକ୍ତି ଆଳରେ ୫କୋଟି ୯୩ଲକ୍ଷ ୩୯ହଜାର ୨୯୯ଟଙ୍କା ଚଳୁ କରିଛି ।

ପାରିତୋଷ ଠିକା ସଂସ୍ଥା ଆର୍‌ଜିଏଚ୍‌ରେ ହାଉସ କିପିଂ ପାଇଁ ଅଧିକ ସଂଖ୍ୟାରେ ଲେବର ନିଯୁକ୍ତି ଆଳରେ ୭କୋଟି ୫୨ଲକ୍ଷ ୮୩ହଜାର ୪୪୬ଟଙ୍କାର ଦୁର୍ନୀତି କରିଛି ।

ଏଲ୍‌ ଏଣ୍ଡ କେ ସର୍ଭିସ୍‌ ଆଟେଣ୍ଡାଣ୍ଟ ନିଯୁକ୍ତି ନାଁରେ ୨କୋଟି ୧୧ଲକ୍ଷ ୮୦ହଜାର ୫୪୦ଟଙ୍କା ଠକିଛି ।

ଅଡିଟ ରିପୋର୍ଟରେ ସତ ସାମ୍ନାକୁ ଆସିବା ପରେ ମଧ୍ୟ, କାହିଁକି ସେହି ଏଜେନ୍ସିକୁ କାମ ଦିଆଯାଇଛି ତାକୁ ନେଇ ଉଠିଛି ପ୍ରଶ୍ନ ।