ଉଜୁଡା ଫସଲ ନେଲା ଚାଷୀଙ୍କ ଜୀବନ । ରଣପୁରରେ ଟଳିପଡିଲେ ଦୁଇ ଚାଷୀ

Advertisment

ଫସଲ ନଷ୍ଟ ପୁଣି ଦୁଇ ଚାଷୀଙ୍କ ଜୀବନ ନେଇଛି । ନୟାଗଡ ରଣପୁର ବ୍ଲକରୁ ଆସିଛି ଚାଷୀ ମୃତ୍ୟୁର ଅଭିଯୋଗ। ସେପଟେ କ୍ଷୟକ୍ଷତିକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଅନ୍ୟପଟେ ଫସଲ ଅମଳ ପରେ ମଣ୍ଡି ଅବ୍ୟବସ୍ଥା ଯେମିତି ଚାଷୀର ଭାଗ୍ୟରେ ଲେଖାଯାଇଛି । ଧାନ ଉଠାଇବା ଜିଦରେ ରାୟଗଡା ମଣ୍ଡିରେ ବସିଯାଇଛନ୍ତି ବିଷମକଟକ ବିଧାୟକ ।

ଫସଲ ନଷ୍ଟ ପୁଣି ଦୁଇ ଚାଷୀଙ୍କ ଜୀବନ ନେଇଛି । ନୟାଗଡ ରଣପୁର ବ୍ଲକରୁ ଆସିଛି ଚାଷୀ ମୃତ୍ୟୁର ଅଭିଯୋଗ। ସେପଟେ କ୍ଷୟକ୍ଷତିକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଅନ୍ୟପଟେ ଫସଲ ଅମଳ ପରେ ମଣ୍ଡି ଅବ୍ୟବସ୍ଥା ଯେମିତି ଚାଷୀର ଭାଗ୍ୟରେ ଲେଖାଯାଇଛି । ଧାନ ଉଠାଇବା ଜିଦରେ ରାୟଗଡା ମଣ୍ଡିରେ ବସିଯାଇଛନ୍ତି ବିଷମକଟକ ବିଧାୟକ ।

ଉଜୁଡା ଫସଲ ନେଲା ଚାଷୀଙ୍କ ଜୀବନ

ଉଜୁଡା ଫସଲ ନେଲା ଚାଷୀଙ୍କ ଜୀବନ Photograph: (KanakNews )

କନକ ବ୍ୟୁରୋ: ଫସଲ ନଷ୍ଟ ପୁଣି ଦୁଇ ଚାଷୀଙ୍କ ଜୀବନ ନେଇଛି । ନୟାଗଡ ରଣପୁର ବ୍ଲକରୁ ଆସିଛି ଚାଷୀ ମୃତ୍ୟୁର ଅଭିଯୋଗ। ସେପଟେ କ୍ଷୟକ୍ଷତିକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଅନ୍ୟପଟେ ଫସଲ ଅମଳ ପରେ ମଣ୍ଡି ଅବ୍ୟବସ୍ଥା ଯେମିତି ଚାଷୀର ଭାଗ୍ୟରେ ଲେଖାଯାଇଛି । ଧାନ ଉଠାଇବା ଜିଦରେ ରାୟଗଡା ମଣ୍ଡିରେ ବସିଯାଇଛନ୍ତି ବିଷମକଟକ ବିଧାୟକ ।

  • ଉଜୁଡା ଫସଲ ନେଲା ଚାଷୀଙ୍କ ଜୀବନ
  • ରଣପୁରରେ ଟଳିପଡିଲେ ଦୁଇ ଚାଷୀ 

ଅଦିନିଆ ବର୍ଷା କେବଳ ବର୍ଷକର ଆହାର ଛଡ଼େଇ ନେଲାନି। ଘରର ମୁରବୀଙ୍କୁ ମଧ୍ୟ ପରିବାରଠୁ ଛଡେଇ ନେଇଛି। ଆଖି ଆଗରେ ଧାନ ଫସଲ ନଷ୍ଟ ହୋଇଯିବାର ଦୁଃଖ ନେଇଛି ନୟାଗଡ଼ ଜିଲ୍ଲା ବଳଭଦ୍ରପୁର ପଞ୍ଚାୟତର ଦୁଇ ଚାଷୀଙ୍କ ଜୀବନ। ବଳଭଦ୍ରପୁର ଗାଁର ଭଗବାନ ପ୍ରଧାନଙ୍କ ମସ୍ତିଷ୍କ ଆଘାତରେ ମୃତ୍ୟୁ ହୋଇଛି । ସେପଟେ ବାସୁଦିଆ ଗାଁର ଦେବରାଜ ବାରିକ ମଧ୍ୟ ଫସଲ ନଷ୍ଟ ଦେଖି ହୃଦଘାତରେ ଆଖି ବୁଜିଛନ୍ତି । ଫସଲ ନଷ୍ଟ ଯୋଗୁଁ ଚିନ୍ତାରେ ଦୁଇ ଚାଷୀଙ୍କ ଜୀବନ ଯାଇଥିବା ପରିବାର କହିଛନ୍ତି।

  • ଗଞ୍ଜାମରେ ଖୋଲିଲା ଧାନ ମଣ୍ଡି
  • ରାୟଗଡାରେ ମଣ୍ଡି ଖୋଲିଛି, ଧାନ ଉଠୁନି

ଗଞ୍ଜାମ ଜିଲ୍ଲାର ୨୧ଟି ସ୍ଥାନରେ ଧାନ ମଣ୍ଡି ଖୋଲିଛି । ରଙ୍ଗେଇଲୁଣ୍ଡା ବ୍ଲକ କୋଳଥି ଗାଁରେ ଧାନ ମଣ୍ଡିର ଶୁଭାରମ୍ଭ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ସେପଟେ ଦାସପୁର ସେବା ସମବାୟ ସମିତିରେ ଚାଷୀ ଧାନ ବିକ୍ରି କରିଛନ୍ତି। ଅନ୍ୟପଟେ ରାୟଗଡ଼ା ଜିଲ୍ଲାର କୁମୁଡାବାଲି ମଣ୍ଡିରେ ଦୁଇ ସପ୍ତାହ ହେଲା ୫ହଜାର ବସ୍ତା ଧାନ ପଡି ରହିଛି । ଯାହାକୁ ନେଇ ଚାଷୀ ଅସନ୍ତୋଷ ତେଜିଛି । ବିଷମ କଟକ ବିଧାୟକ ମଣ୍ଡିରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ଧାନ ନ ଉଠିବା ଯାଏଁ ମଣ୍ଡିରେ ବସି ରହିବେ ବୋଲି ବିଧାୟକ ଜିଦ୍ ଧରିଛନ୍ତି । 

ଅଦିନିଆ ବର୍ଷାରେ ଧାନ ଫସଲ କ୍ଷୟକ୍ଷତିକୁ ନେଇ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ । କ୍ଷତିଗ୍ରସ୍ତଙ୍କୁ ଇନପୁଟ ସବସିଡି ଦେବାକୁ ବିଜୟ ପଟ୍ଟନାୟକ ଦାବି କରିଛନ୍ତି । ଅନ୍ୟପଟେ ଫସଲ କ୍ଷୟକ୍ଷତିକୁ ନେଇ ସରକାରକୁ ଘେରିଛି ବିଜେଡି । ତେବେ ଅଦିନିଆ ବର୍ଷା ଚାଷୀଙ୍କ ଜୀବନ ନେବା ଘଟଣା ସାରା ରାଜ୍ୟରେ ଉଦବେଗର ବିଷୟ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe