କନକ ବ୍ୟୁରୋ: ଖରସ୍ରୋତା ନଦୀରେ ୧୫ଫୁଟ ଲମ୍ବର କୁମ୍ଭୀର । କୁମ୍ଭୀରକୁ ଦେଖି ଭୟଭିତ ରେ ଜୀବନ ବିତାଉଛନ୍ତି ନଈକୂଳିଆ ଗ୍ରାମବାସୀ । ତୁରନ୍ତ ପ୍ରଶାସନ ପକ୍ଷରୁ ନଦୀ ତୁଠରେ ତାର ବାଡ଼ ବୁଲାଇବାକୁ ଦାବୀ କରିଛନ୍ତି । କୁମ୍ଭୀର ଆଉ କେନ୍ଦ୍ରାପଡ଼ା ସବୁବେଳେ ଚର୍ଚ୍ଚାରେ । ନଦୀନାଳ ଘେରା ଏହି ଜିଲ୍ଲାର ଅଧିକାଂଶ ନଦୀରେ କୁମ୍ଭୀର ଦେଖିବାକୁ ମିଳେ । ଏବେ ଆଳି ବ୍ଳକ ବାଳକାଟି ପଞ୍ଚାୟତ ନିକଟରେ ପ୍ରବାହିତ ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି । ଖରସ୍ରୋତା ନଦୀରେ ପ୍ରାୟ ୧୫ ଫୁଟ ଲମ୍ବର ଏକ କୁମ୍ଭୀରକୁ ଦେଖି ଭୟଭିତ ବାଳକାଟି ଗ୍ରାମବାସୀ । ଦୈନଦିକ କାର୍ଯ୍ୟ ପାଇଁ ନଈ ଉପରେ ନିର୍ଭର କରୁଥିବା ଲୋକେ ନଦୀକୁ ଯିବାକୁ ଭୟ କରୁଛନ୍ତି l
ଗୋଟିଏ ପଟେ ନଦୀରେ କୁମ୍ଭୀର ଭାସୁଛି, ଅନ୍ୟପଟେ ବନବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ତାରଜାଲି ଗୁଡ଼ିକ ନଷ୍ଟ ହୋଇଯାଇଛି । ତେଣୁ ପ୍ରତିଦିନ ଜୀବନକୁ ବାଜି ଲଗାଇ ଲୋକମାନେ ନଦୀରେ ଚଳପ୍ରଚଳ କରୁଛନ୍ତି । ଗାଧୁଆପାଧୁଆ, ଲୁଗାପଟା ସଫା କରିବା ଓ ବାସନ ମଜାମଜି କରୁଛନ୍ତି । ବନ ବିଭାଗ ପକ୍ଷରୁ ତୁରନ୍ତ ତୁଠରେ ଥିବା ତାର ବାଡ଼ ଗୁଡିକ ମରାମତି କରିବାକୁ ଦାବି ହୋଇଛି । କୁମ୍ଭୀର ଯୋଗୁଁ କାହାର କିଛି ଅଘଟଣ ଘଟିବା ଆଗରୁ ପ୍ରଶାସନ ପଦକ୍ଷେପ ନେବା ଜରୁରୀ ।
ପୁଣି କେନ୍ଦ୍ରାପଡ଼ାରେ କୁମ୍ଭୀର ଆତଙ୍କ : ଆଳି ବାଳକାଟି ନିକଟ ଖରସ୍ରୋତାରେ ବୁଲୁଛି ୧୫ଫୁଟ ଲମ୍ବର ମଗର..
କୁମ୍ଭୀରକୁ ଦେଖି ଭୟଭୀତରେ ଜୀବନ ବିତାଉଛନ୍ତି ନଈକୂଳିଆ ଗ୍ରାମବାସୀ, ତୁରନ୍ତ ପ୍ରଶାସନ ପକ୍ଷରୁ ନଦୀ ତୁଠରେ ତାରବାଡ଼ ବୁଲାଇବାକୁ ଦାବୀ କରିଛନ୍ତି..
/kanak/media/media_files/2025/03/06/a6ZhPvpKc381lVnBMGF0.jpg)