ନଦୀ ଜୋର ଭିତରୁ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର ; କେନ୍ଦ୍ରାପଡ଼ା କୋଇଲିଡିହ ପଞ୍ଚାୟତରେ ଅଭାବନୀୟ ଘଟଣା

Advertisment

ନଦୀ ଜୋର ଭିତରୁ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର ; କେନ୍ଦ୍ରାପଡ଼ା କୋଇଲିଡିହ ପଞ୍ଚାୟତରେ ଅଭାବନୀୟ ଘଟଣା । ପିପିଲିରେ ଲୋକଙ୍କୁ ଘାରୁଛି କୁମ୍ଭୀର ଡର 

ନଦୀ ଜୋର ଭିତରୁ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର ; କେନ୍ଦ୍ରାପଡ଼ା କୋଇଲିଡିହ ପଞ୍ଚାୟତରେ ଅଭାବନୀୟ ଘଟଣା । ପିପିଲିରେ ଲୋକଙ୍କୁ ଘାରୁଛି କୁମ୍ଭୀର ଡର 

cr

କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ କୋଳିଢିଅ ପଞ୍ଚାୟତ ଇଚ୍ଛାପୁରୁ ଗାଁର ବୃଦ୍ଧ ଅଜାମ୍ବର ନାୟକ ମଇଁଷି ଚରାଇବାକୁ ଯାଇଥିଲେ  । ଦିନିଆରି ଜୋର ପାର ହୋଇଥିଲେ ମଇଁଷି  । ଅଜାମ୍ବର ଜୋର ପାର ହେବା ଲାଗି ଜୋରରେ ଥିବା ଡ଼ଙ୍ଗା ଆଣିବାକୁ ଯାଇଥିଲେ । ସେଠାରେ ଜଗି ବସିଥିଲା କୁମ୍ଭୀର  । ଅଜାମ୍ବରଙ୍କୁ ଜୋରରୁ ଟାଣି ନେଇଯାଇଥିଲା ଖରସ୍ରୋତା ନଦୀକୁ  । ଏବେ ଅଗ୍ନିଶମ ବିଭାଗ ଓ ଗାଁ ଲୋକ ମାନେ ଡ଼ଙ୍ଗା ସାହାଯ୍ୟରେ ଖୋଜାଖୋଜି କରୁଛନ୍ତି।
 

ଆଜି ପିପିଲିରେ ମଧ୍ୟ ଏଭଳି ଏକ ଅଘଟଣ ଘଟିଛି । କୁମ୍ଭୀର ପାଟିରେ ଯାଉ ଯାଉ ଅଳ୍ପକେ ବର୍ତ୍ତିଗଲେ ବୃଦ୍ଧ । ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ କୁମ୍ଭୀର ବୃଦ୍ଧଙ୍କୁ ଝାମ୍ପିନେବାକୁ ଯାଉଥିବାବେଳେ ଅଳ୍ପକେ ବୁଦ୍ଧି ଖଟାଇ ରକ୍ଷା ପାଇଥିଲେ ବୃଦ୍ଧ । ପୂର୍ବରୁ କେବଳ କେନ୍ଦ୍ରାପଡାରେ କୁମ୍ଭୀର ଭୟ ଥିବାବେଳେ ଏବେ କିନ୍ତୁ ପ୍ରାୟ ସ୍ଥାନରେ ଲୋକଙ୍କୁ କୁମ୍ଭୀର ଭୟ ଘାରୁଛି । କାରଣ ଏବେ ଅନେକ ସ୍ଥାନରେ ନଦୀରେ କୁମ୍ଭୀର ଡର ଲୋକଙ୍କୁ ଡରାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe