କନକ ବ୍ୟୁରୋ: ଗାଧୋଇବା ବେଳେ ମହିଳାଙ୍କୁ ଟାଣିନେଲା କୁମ୍ଭୀର । ଜୋରରେ ଗାଧୋଇବା ବେଳେ ମହିଳାଙ୍କୁ ଟାଣିନେଇଛି କୁମ୍ଭୀର । ଏଭଳି ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ କୋଳିଡ଼ିହ ପଞ୍ଚାୟତରେ । ମହିଳା ଜରକ କୋଳିଡ଼ିହ ପଞ୍ଚାୟତ ତଅଁଳାଡିହାର କାଜଲ ମହାନ୍ତି । କାଜଲ ଆଜି ଖରସ୍ରୋତା ନଦୀ ସହିତ ସଂଲଗ୍ନ ତଅଁଳାଡିହା ଜୋରକୁ ଗାଧୋଇବାକୁ ଯାଇଥିଲେ । ସେ ଗାଧୋଇବାକୁ ଯାଇ ଦୀର୍ଘ ସମୟ ହେବ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରି ଜୋର ନିକଟକୁ ଆସିଥିଲେ । ହେଲେ ଜୋର ନିକଟକୁ ଆସି କାଜଲଙ୍କ କପଡା ମାଣ୍ଡିଆ ଥୁଆ ହୋଇଥିବା ଦେଖିବାକୁ ପାଇଥିଲେ ପରିବାର ଲୋକ । ଗ୍ରାମବାସୀ ଜୋରରେ ଖୋଜାଖୋଜି କରି ଆରମ୍ଭ କରିଥିବା ବେଳେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ କୋଳିଡିହ ପଞ୍ଚାୟତରେ ଅଭାବନୀୟ ଘଟଣା: ପିଲାମାନଙ୍କ ସାମ୍ନାରେ ମା’କୁ ଟାଣିନେଇଛି କୁମ୍ଭୀର
ମହିଳା ଜରକ କୋଳିଡ଼ିହ ପଞ୍ଚାୟତ ତଅଁଳାଡିହାର କାଜଲ ମହାନ୍ତି । କାଜଲ ଆଜି ଖରସ୍ରୋତା ନଦୀ ସହିତ ସଂଲଗ୍ନ ତଅଁଳାଡିହା ଜୋରକୁ ଗାଧୋଇବାକୁ ଯାଇଥିଲେ । ସେ ଗାଧୋଇବାକୁ ଯାଇ ଦୀର୍ଘ ସମୟ ହେବ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରି ଜୋର ନିକଟକୁ ଆସିଥିଲେ ।
/kanak/media/media_files/2025/06/16/WYulmz6WM2naG5gAoIwR.jpg)